୨ ସପ୍ତାହ ମଧ୍ୟରେ ହେବ ଆଫଗାନିସ୍ତାନ-ତାଲିବାନ୍‌ ଶାନ୍ତି ଆଲୋଚନା

କାବୁଲ,୨୮।୭: ଆଫଗାନିସ୍ତାନ ସରକାର ଏବଂ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ଆଲୋଚନା ୨ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ଏନେଇ ଆଫଗାନିସ୍ତାନ ଶାନ୍ତି ବ୍ୟାପାର ମନ୍ତ୍ରୀ ଅବଦୁଲ୍‌ ସଲାମ୍‌ ରହିମ୍‌ ସୂଚନା ଦେଇଛନ୍ତି। ଶାନ୍ତି ଆଲୋଚନାର ପ୍ରଥମ ବୈଠକ ୟୁରୋପରେ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଶାନ୍ତି ଆଲୋଚନାରେ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ନରଓ୍ବେ ମଧ୍ୟ ସହାୟତା ଯୋଗାଇ ଦେଉଛି।

Share