ଲୋଇସିଂହା, ୧୬।୪ (ଡି.ଏନ.ଏ.): ପ୍ରେମ ବିବାହ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗର୍ଭବତୀ ସ୍ତ୍ରୀ, ୭ ବର୍ଷର ଶିଶୁକନ୍ୟାକୁ ଛାଡି ସଂପୃକ୍ତ ଯୁବକ ଗତ ଜାନୁୟାରୀରୁ ଫେରାର ହୋଇଯାଇଛନ୍ତି। ଏପରି ଘଡିସନ୍ଧି ସମୟରେ ଗତ ୬ ତାରିଖରେ ବଲାଙ୍ଗୀର ଜିଲା ଲୋଇସିଂହା ଡାକ୍ତରଖାନାରେ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ଯୁବତୀ। ନିଃସହାୟ ଅବସ୍ଥାରେ ସେ ୨ଶିଶୁକନ୍ୟାଙ୍କୁ ଧରି ରହିଛନ୍ତି । ଲକ୍ଡାଉନ୍ ଯୋଗୁ ତାଙ୍କ ବାପ ଘର ଲୋକେ ବି ସହାୟତା ପାଇଁ ଆସିପାରୁ ନାହାନ୍ତି । ସ୍ବାମୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ସମ୍ଭବ ନ ହେବାରୁ ଗତ ୮ ତାରିଖରେ ସେ ତାଙ୍କ ବିରୋଧରେ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ଖଣ୍ଡୁ ଗାଁର ଜଣେ ଯୁବତୀଙ୍କ ସହ ସେହି ଗଁାର ବିକ୍ରମ ପଧାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସଂପୃକ୍ତ ଯୁବତୀ ଗର୍ଭବତୀ ହୋଇଥିଲେ। ଏହାପରେ ଉଭୟେ ୨୦୧୩ରେ ଗଁା ଛାଡି ନୟାଗଡ ପଳାଇ ଆସିଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରାୟ ଦେଢ଼ବର୍ଷ ତଳେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିବା ବିକ୍ରମ ବଲାଙ୍ଗୀର ଜିଲାକୁ ବଦଳି ହୋଇ ଆସିବା ପରେ ଲୋଇସିଂହା ନୂଆପଡାରେ ଘର ଭଡା ନେଇ ରହୁଥିଲେ । ଇତିମଧ୍ୟରେ ସଂପୃକ୍ତ ଯୁବତୀ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିଲେ । ଏହାପରେ ବିକ୍ରମ ତାଙ୍କୁ ବିଭିନ୍ନ ଅବହେଳା କରି ଚାଲିଥିଲେ । ଶେଷରେ ଗତ ଜାନୁୟାରୀ ୫ ତାରିଖରେ କର୍ମକ୍ଷେତ୍ର ଯୋଗୀସର୍ଡାକୁ ଯାଉଛି କହି ଘର ଛାଡିଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରି ନ ଥିଲେ। ଡାକ୍ତରଖାନାରେ ସଂପୃକ୍ତା ଯୁବତୀଙ୍କୁ ନର୍ସମାନେ ଦେଖାରେଖା କରିଥିଲେ। ସ୍ଥାନୀୟ ପଞ୍ଚାୟତରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲା। ଡାକ୍ତରଖାନାରୁ ଡିସଚାର୍ଜ ପରେ ଏବେ ସେ ନିଜ ଭଡା ଘରେ ରହୁଛନ୍ତି। ନବଜାତ ଶିଶୁକନ୍ୟା ଓ ବଡଝିଅକୁ ନେଇ ସେ କିପରି ଦିନ କାଟିବେ ବୋଲି ଚିନ୍ତାରେ ପଡିଛନ୍ତି ା ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୫/୨୦) ରୁଜୁ କରିଛି ।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ
ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...
ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍
ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଏଭିଏସନ (DGCA) ବୁଧବାର...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…
ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...
ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ
କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...
ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ
ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...
୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...
ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ
ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...
ପ୍ରଶାସନର ଦାଦନ ମୁକ୍ତ ନେଇ…
ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...
Archives


