Posted inଫୁରସତ

୨ ଶହ ବର୍ଷ ଧରି ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି ଏହି ଗାଁର ଲୋକେ…

ଶୀତଦିନେ ସାଇବେରିଆ ଅଞ୍ଚଳରୁ ପ୍ରବଳ ଥଣ୍ଡା ଏବଂ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ବହୁ ପକ୍ଷୀ ଭାରତର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଆସିଥାନ୍ତି। ଶୀତଦିନ ବିତାଇ ପୁଣି ସେମାନେ ନିଜ ନିଜ ଦେଶକୁ ବାହୁଡ଼ି ଯାଇଥାନ୍ତି। ବେଙ୍ଗାଲୁରୁର ମାଣ୍ଡଓ୍ବା ଜିଲାର କୋକ୍କେରବେଲ୍ଲୁର ଗାଁ ନିକଟରେ ଥିବା ପକ୍ଷୀ ଅଭୟାରଣ୍ୟକୁ ପ୍ରତିବର୍ଷ ଭ୍ରମଣକାରୀ ପକ୍ଷୀ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି। ଗତ ୨ ଶହ ବର୍ଷ ଧରି ଗାଁ ଲୋକେ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ପକ୍ଷୀମାନେ ଘାସ ଲଟାରେ ବସା ତିଆରି କରି ଅଣ୍ଡା ଦେଇଥାନ୍ତି। ତେଣୁ ଏହି ଗାଁ ଲୋକେ ବର୍ଷା ଦିନ ପରେ ପରେ ନିଜ ନିଜ ଘର ଛାତ ଉପରେ ଘାସ ଲଟା ବିଛାଇବା ଆରମ୍ଭ କରିଥାନ୍ତି। ସେମାନଙ୍କ ଘର ଛାତରେ ଭ୍ରମଣକାରୀ ପକ୍ଷୀ ବସା ତିଆରି କରି ଅଣ୍ଡା ଦେଇଥାନ୍ତି। ଏହାକୁ ଶୁଭ ସଙ୍କେତ ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି। ସେହିପରି ଗଛରେ ବସା ତିଆରି କରି ଅଣ୍ଡା ଦେଉଥିବା ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁ ଲୋକେ ବ୍ୟବସ୍ଥା କରିଥାନ୍ତି। ଗଛମୂଳେ ସେମାନେ ଗୃହପାଳିତ ପ୍ରାଣୀଙ୍କୁ ବାନ୍ଧନ୍ତି। ଏହାଦ୍ୱାରା କୌଣସି ସରିସୃପ ଗଛରେ ଚଢ଼ି ଅଣ୍ଡା ନଷ୍ଟ କରି ପାରନ୍ତି ନାହିଁ। ଏଠାକୁ ଭ୍ରମଣକାରୀ ପକ୍ଷୀ ଶ୍ରୀଲଙ୍କା, ଥାଇଲାଣ୍ଡ, କାମ୍ବୋଡ଼ିଆରୁ ମଧ୍ୟ ଆସିଥାନ୍ତି ବୋଲି ଲୋକେ କୁହନ୍ତି। କର୍ନାଟକ ସରକାର ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri