୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ  କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ ୨ଟି ନିଖୋଜ ହୋଇଯାଇଥିଲେ। ଜାହାଜ ଗୁଡ଼ିକର ସନ୍ଧାନ ପାଇଁ ଗତ ୧୦ ବର୍ଷ ଧରି ଖୋଜା ଖୋଜି ଆରମ୍ଭ ହୋଇଥିଲା। ଜାହାଜ ୨ଟିରେ ଜଣେ ଜଣେ କ୍ୟାପଟେନ୍‌ ସହିତ ଅନ୍ୟ ୨ ଜଣ ଲେଖାଏଁ କର୍ମଚାରୀ ଥିଲେ। ତେବେ କେଉଁ କାରଣରୁ ଜାହାଜ ୨ଟି ପାଣିରେ ବୁଡ଼ିଯାଇଥିଲା ଏବେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଜାହାଜ ୨ଟିର ଲମ୍ବା ଯଥାକ୍ରମେ ୧୬୧ ଫୁଟ ଓ ୧୪୩ ଫୁଟ ଥିଲା। ଏହି ଜାହାଜ ୨ଟିର ନାମ ଯଥାକ୍ରମେ ପେଶେଟିଗୋ ଏବଂ ସେଣ୍ଟ୍‌ ଏଣ୍ଡ୍ରୟୁଜ୍‌ ଥିଲା ବୋଲି ଐତିହାସିକ ସୂଚନା ଦେଇଛନ୍ତି।

Share