୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି ଏକ ଉଦାହରଣ ରୁଷିଆରେ ଘଟିଛି। ୬ ମାସର ମାରୁ ନାମକ କୁକୁରକୁ ମାଲିକ ଅନ୍ୟ ଜଣେ ଲୋକଙ୍କୁ ବିକ୍ରି କରିଥିଲେ। ନୂଆ ମାଲିକ ତାକୁ ଟ୍ରେନ୍‌ରେ ନେଇ ଯାଉଥିବାବେଳେ ମାରୁ ଖସିଆସିଥିଲା। ଏହାପରେ ସାଇବେରିଆର ଥଣ୍ଡା ଅଞ୍ଚଳ ଦେଇ ବିଭିନ୍ନ ବନ୍ୟପ୍ରାଣୀଙ୍କ କବଳରୁ ଖସି ମାରୁ ୨ କିମି ଚାଲି ଚାଲି ଶେଷରେ ଅଢ଼େଇ ଦିନ ପରେ ପୁରୁଣା ମାଲିକଙ୍କ ଘରେ ପହଞ୍ଚିଥିଲା। ତାର ଗୋଟିଏ ଗୋଡ଼ ଛୋଟା ହୋଇଯାଇଥିବାବେଳେ ଶରୀରରେ ବହୁ କ୍ଷତ ଚିହ୍ନଥିଲା। ମାରୁକୁ ଖୋଜିବା ପାଇଁ ନୂଆ ମାଲିକ ଏକ ଦଳ ଗଠନ କରିଥିଲେ। ତେବେ ମାରୁକୁ ପୁରୁଣା ମାଲିକଙ୍କ ଘରେ ଠାବ କରାଯାଇଥିଲା। ଏବେ ପୁରୁଣା ମାଲିକ ତାକୁ ନିଜ ପାଖରେ ରଖିବାକୁ ଯୋଜନା କରିଛନ୍ତି।

Share