୨ ଲକ୍ଷ ଦେଲେ କେନ୍ଦୁଝର ଏମ୍‌ପି

କେନ୍ଦୁଝର, ୬ା୪(ଡି.ଏନ.ଏ.): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ(ସିଏମଆରଏଫ)କୁ ନିଜ ଦରମାରୁ ଅନ୍‌ଲାଇନ ଜରିଆରେ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କରୋନା ମୁକାବିଲା ପାଇଁ ସେ ଏହି ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। କରୋନା ସମୟରେ ଜିଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲାରେ ଥିବା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ସେ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଜିଲାବାସୀ କରୋନାର ଭୟାବହତା ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିୟମକୁ ମାନି ଲକ୍‌ଡାଉନ ସମୟରେ ଘରୁ ନ ବାହାରି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି।