Categories: ଗଞ୍ଜାମ

୨ ମେଧାବୀ ଛାତ୍ରଙ୍କୁ ପଢ଼ାଇବ ବିଡେକା

ଭଞ୍ଜନଗର,୧୯।୧୨(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ଚଳିତବର୍ଷ ୨ ମେଧାବୀ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଛାତ୍ର ଷଷ୍ଠ ଶ୍ରେଣୀର ଓମ୍‌ ବେହେରା ଓ ୭ମ ଶ୍ରେଣୀର ଓମ୍‌ ପ୍ରଭୁଜିତ୍‌ଙ୍କ ପାଠପଢ଼ା ବାବଦ ଅର୍ଥ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ବୁଧବାର ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଶତ୍ରୁଘ୍ନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଚେକ୍‌ ପ୍ରଦାନ କରିଥିଲେ । ଏହି ସମୟରେ ବିଡେକା ସମ୍ପାଦକ ସନ୍ତୋଷ କୁମାର ଗୌଡ଼, ଇଂ.ସୁମା ପ୍ରଧାନ, ବିଦ୍ୟାଳୟ ଚେୟାରମ୍ୟାନ୍‌ ଅଜିତ ଶତପଥୀ, ସଭାପତି ଶୁଳପାଣି ଶତପଥୀ, ସାନ୍ତନୁ ଶତପଥୀ ଏବଂ ଗୌର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ବିଡ଼େକା ପକ୍ଷରୁ ଆମ୍ବୁଲାନ୍ସ ସେବା, ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସହାୟତା ଦେବା ଆଦି ଜନହିତକର କାର୍ଯ୍ୟ କରାଯାଇଆସୁଛି। ଏଥିପାଇଁ କର୍ମଚାରୀମାନେ ଦିନକର ଦରମା ଦେଉଛନ୍ତି।