Categories: ଜାତୀୟ

୨ ଭାଜପା ଏମ୍‌ପି ଗିରଫ

କୋଲକାତା,୧୯।୧୨: ପଶ୍ଚିମବଙ୍ଗର ମାଲ୍‌ଦାସ୍ଥିତ ଭଲୁକା ରୋଡ୍‌ ଷ୍ଟେଶନରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା। ଉକ୍ତ ରେଳ ଷ୍ଟେଶନକୁ ପରିଦର୍ଶନରେ ଯାଉଥିବାବେଳେ ଦୁଇଜଣ ଭାଜପା ଏମ୍‌ପିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ନିଶୀଥ୍‌ ପ୍ରାମାଣିକ ଓ ଖଗେନ୍‌ ମୁର୍ମୁ। ଆଇନଶୃଙ୍ଖଳା ଭଙ୍ଗ ଆଶଙ୍କା କରି ପୋଲିସ ଉଭୟଙ୍କୁ ହାଜତକୁ ନେଇଛି। ଦୁହେଁ ପୋଲିସ କର୍ଡନ ଭାଙ୍ଗି ଆଗକୁ ବଢ଼ୁଥିବାବେଳେ ଗିରଫ ହୋଇଛନ୍ତି।

Share