Categories: ଜାତୀୟ

୨ ବର୍ଷ ମଧ୍ୟରେ ଦେଶର ସମସ୍ତ ବିମାନ ବନ୍ଦରରେ ଲଗାଯିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨୯।୮: ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ସମସ୍ତ ବିମାନ ବନ୍ଦରରେ ଆସନ୍ତା ୨ ବର୍ଷ ମଧ୍ୟରେ ବଡ଼ି ସ୍କାନର ଲଗାଯିବ। ଏନେଇ ବେସାମରିକ ବିମାନ ଚଳାଚଳ ବ୍ୟୁରୋ ଯୁଗ୍ମ ମହାନିର୍ଦ୍ଦେଶକ ଜ୍ୟୋତି ନାରାୟଣ ସୂଚନା ଦେଇଛନ୍ତି। ଦେଶର ପ୍ରମୁଖ ବିମାନ ବନ୍ଦରରେ ଏକ ବର୍ଷ ମଧ୍ୟରେ ଏହା ଲଗାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ବିମାନ ବନ୍ଦରରେ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ ହେବ ବୋଲି ସେ କହିଛନ୍ତି।

Share