୨ ବର୍ଷ ପରେ ବି ଚାଷୀଙ୍କୁ ମିଳିନି ଗଭୀର ନଳକୂପ

ଚମ୍ପୁଆ, ୫ା୧୨(ଡି.ଏନ.ଏ)- ଚମ୍ପୁଆ ଉଠାଜଳସେଚନ ବିଭାଗରେ ଦୁଇ ବର୍ଷ ତଳୁ ଗଭୀର ନଳକୂପ ପାଇଁ ଆବେଦନ କରିଥିବା ଚାଷୀମାନେ ବର୍ତ୍ତମାନ ସୁଦ୍ଧା ନଳକୂପ ପାଇ ନ ଥିବା ଜଣାଯାଇଛି। ଫଳରେ ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ ଚମ୍ପୁଆ ଓ ଝୁମ୍ପୁରା ବ୍ଲକର ୫୪୪ ଗୋଟି ଗଭୀର ନଳକୂପ ଖନନ ପାଇଁ ଚାଷୀମାନେ ଆବେଦନ କରିଥିଲେ। ଆବେଦନ ବାବଦକୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ୧୦ ହଜାର ଟଙ୍କା ଓ ସାଧାରଣ ଚାଷୀଙ୍କ ପାଇଁ ୨୦ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଏକ ବ୍ୟାଙ୍କ ଜରିଆରେ ମଗାଯାଇଥିଲା। ଚାଷୀମାନେ ଆବଶ୍ୟକ କାଗଜ ପତ୍ର ସହ ଏଥିପାଇଁ ଆବଦେନ କରିଥିଲେ। ମାତ୍ର ଦୁଇ ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ନଳକୂପ କେବେ ଖୋଳାଯିବ ତାହା ଏବେ ଚାଷୀକୁ ଚିନ୍ତାଗ୍ରସ୍ତ କରିପକେଇଲାଣି। ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତ୍ୟେକ ବର୍ଷ ଏହି ନଳକୂପ ପାଇଁ ଆବେଦନ ହେଉଥିବା ବେଳେ ୨ ବର୍ଷ ହେବ ଏହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ନୂତନ ଭାବେ ନଳକୂପ ଖୋଳିବା ପାଇଁ ଅପେକ୍ଷା କରିଥିବା ଚାଷୀ ବାରମ୍ବାର ବିଭାଗକୁ ଆସି ନିରାଶ ହୋଇ ଫେରୁଛନ୍ତି। ଯେଉଁମାନେ ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ଏଥିପାଇଁ ଫିକ୍ସ ଡିପୋଜିଟ କରି ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥର ସୁଧ ବଢୁଥିବା ବେଳେ ଯେଉଁ ଚାଷୀମାନେ ଡିମାଣ୍ଡ ଡ୍ରାଫ ମାଧ୍ୟମରେ ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥ ଛଡା ସୁଧ ପାଇବାର ଆଶା ମଉଳିଯାଇଛି। ଗଭୀର ନଳକୂପ ନ ହେବାରୁ ଚାଷୀ ଆଶାନୁରୂପକ ଚାଷ କରିପାରୁନଥିବା ଅଭିଯୋଗ ହେଉଛି। ଏ ନେଇ ସହକାରୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗର ସୁବାଷ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଏହା ଷ୍ଟେଟ ଲେବଲ ଟେଣ୍ଡର ହେଉଛି। ମାତ୍ର ୩ ଥର ଯାକ କେହି ଟେଣ୍ଡର ପକାଇଲେ ନାହିଁ ଫଳରେ ଟେଣ୍ଡର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚମ୍ପୁଆ ଅଞ୍ଚଳରେ ଅନେକ ସମୟରେ ବୋରିଙ୍ଗ ଅସଫଳ ହେଉଥିବାରୁ ଠିକାଦାରମାନେ କ୍ଷତି ଭୟରେ ଟେଣ୍ଡର ପକାଉନାହାନ୍ତି। ମାତ୍ର ଏଥର ଠିକାଦାର ମାନଙ୍କୁ ଡକାଇ ଏକ ବୈଠକ କରାଯାଇଥିଲା। ବୋଧହୁଏ ଅମଳ ପରେ ପୁଣି କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବରୁ କାର୍ଯ୍ୟ କରୁଥିବା ଏକ ଠିକାଦାର ସଂସ୍ଥା ଏହି କାମ ପାଇଁ ରାଜି ହୋଇଥିବା ଜଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri