Categories: ଫୁରସତ

୨ ବର୍ଷ ଧରି ପ୍ଲାଷ୍ଟିକ୍‌ ଗଛରେ ଦେଉଥିଲେ ପାଣି

କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି ତାଙ୍କର ପ୍ରଥମ କର୍ତ୍ତବ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ପ୍ରଦ୍ୟୁଷଣ ପାଇଁ ବର୍ତ୍ତମାନ ଲୋକେ ସଜାଗ ହେଲେଣି। ଗଛକୁ ବଞ୍ଚାଇବା ପାଇଁ ଇକୋ ଫ୍ରେଣ୍ଡଲି ଜିନିଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଅକ୍ସିଜେନ ବଢ଼ାଇବା ପାଇଁ ଲୋକମାନେ ଘର ବାହାରେ ଓ ଭିତରେ ଗଛ ଲଗାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା ସେଲୀ ଓ୍ବିଲ୍‌କ୍ସେ ନାମ୍ନୀ ଜଣେ ମହିଳା ଗତ ୨ବର୍ଷ ଧରି ଏକ ଗଛର ବହୁ ଯତ୍ନ ନେଉଥିଲେ। ପ୍ରତିଦିନ ଗଛକୁ ପାଣି ଦେବା ସେ କିଭଳି ସତେଜ ରହିବ ସେନେଇ ବହୁ ଯତ୍ନ ସହକାରେ କାର୍ଯ୍ୟ କରୁଥିଲେ। ନିଜ କାର୍ଯ୍ୟ ଏପଟ ସେପଟ ହୋଇପାରେ ହେଲେ ସେଲୀ ଗଛ ଯତ୍ନ ନେବାରେ କେବେ କୌଣସି ଅବହେଳା କରୁ ନ ଥିଲେ। ଉକ୍ତ ଗଛଟି ସୁନ୍ଦର ଦେଖାଯାଉଥିବା ବେଳେ ସେଲୀଙ୍କ ପ୍ରିୟ ମଧ୍ୟ ରହିଥିଲା। ହେଲେ ଦିନେ ତାଙ୍କୁ ଜଣାପଡ଼ିଲା ତାହା ଅସଲି ନୁହଁ ପ୍ଲାଷ୍ଟିକ୍‌ର ଗଛ। ସୂଚନା ମୁତାବକ ସେଲୀ ୨ବର୍ଷ ପୂର୍ବରୁ ଏକ ଗଛକୁ ଘରକୁ ଆଣିଥିଲେ। ଦେଖିବାକୁ ବହୁ ସୁନ୍ଦର ହୋଇଥିବା ବେଳେ ଏହାକୁ ସେ ରୋଷେଇ ଘରର ଝରକାରେ ଲଗାଇଥିଲେ। ପ୍ରତିଦିନ ସେ ଗଛରେ ପାଣି ଦେବା ସହ ପତ୍ରଗୁଡିକୁ ଭଲରେ ପୋଛିଥାନ୍ତି। ଯଦି ଏହି ସବୁ କାର୍ଯ୍ୟ ଆଉ କିଏ କରେ ତେବେ ସେଲୀ ବିରକ୍ତି ପ୍ରକାଶ କରିଥାନ୍ତି। କାରଣ ଉକ୍ତ ଗଛକୁ ସେ ନିଜେ ଯତ୍ନ ନେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଗୋଟିଏ ଦିନ ସେଲୀ ଉକ୍ତ ଗଛର ଗମ୍‌ଲାକୁ ବଦଳାଇବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ ଏକ ଅନ୍ୟ ଗମ୍‌ଲା ଆଣିଥିଲେ। ଅନ୍ୟ ଗମ୍‌ଲାରେ ଗଛ ଲଗାଇବାକୁ ଯାଉଥିବା ବେଳେ ସେତେବେଳେ ତାଙ୍କୁ ଜଣାପଡ଼ିଥିଲା ଯେ, ଏହା ପ୍ଲାଷ୍ଟିକ ବା ଥର୍ମୋକଲ୍‌ର ଗଛ। ସେହି ସମୟରେ ସେଲୀ ନିରାଶ ହୋଇଯାଇଥିଲେ। ୨ବର୍ଷ ଧରି ଯେଉଁ ଗଛକୁ ଏତେ ଯତ୍ନ ନେଉଥିଲେ ତାହା ପ୍ଲାଷ୍ଟିକର ବୋଲି କିପରି ଜାଣିପାରିଲେ ନାହିଁ ସେନେଇ ଚିନ୍ତା ପ୍ରକଟ କରିଥିଲେ। ଏନେଇ ସେଲୀ ଫେସ୍‌ବୁକ୍‌ରେ ଶେୟାର କରିଥିଲେ। ଏହାପରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Share