୨ ନାଲ୍‌କୋ ଅଧିକାରୀଙ୍କ ପଦୋନ୍ନତି

ବଅଁରପାଳ,୯ା୯(ଡି.ଏନ.ଏ.)- ନାଲ୍‌କୋ ସିପିପି ପ୍ଲାଣ୍ଟରେ କାର୍ଯ୍ୟରତ ୨ ଅଧିକାରୀଙ୍କ ପଦୋନ୍ନତି ହୋଇଥିବା ଜଣାପଡିଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ନାଲକୋ ସିପିପି ଅପରେଶନ ଓ ମେକାନିକାଲ ବିଭାଗର ଡିଜିଏମ ତଥା ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ସରୋଜ ମିଶ୍ରଙ୍କୁ ସ୍ଥାୟୀ ଭାବେ ମହାପ୍ରବନ୍ଧକ ଭାବେ ପଦୋନ୍ନତି ମିଳିଛି। ସେହିପରି ଲିନ୍ସିସ୍ଲରୀ ଓ ଆଶ୍‌ ମ୍ୟାନଜେମେଣ୍ଟର ଡିଜିଏମ ତଥା ଜିଏମ ଦାୟିତ୍ୱରେ ଥିବା ସୁଧୀର ପଟ୍ଟନାୟକଙ୍କ ସ୍ଥାୟୀ ଭାବେ ମହାପ୍ରବନ୍ଧକ ଭାବେ ପଦୋନ୍ନତି ହୋଇଛି। ଉଭୟ ଅଧିକାରୀଙ୍କୁ ବିଭିନ ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଛି।