୨ ଧାନଗଦା, ଟାଟା ମ୍ୟାଜିକ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାପଡାହାଣ୍ଡି,୨୩।୨(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖରକି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ହରିଶ୍ଚନ୍ଦ୍ର ମୀରଗାନ ଓ ପ୍ରଭୁଦାନ ମୀରଗାନଙ୍କ ୨ଟି ଧାନ ଗଦା ସହ ଉରଦି ଗ୍ରାମର ପର୍ଶୁରାମ ହରିଜନଙ୍କ ଟାଟା ମ୍ୟାଜିକ୍‌ ଗାଡ଼ି ଜଳିଯାଇଛି। ୬ ଏକର ଜମିର ଅମଳ ଧାନ, ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ ହୋଇଛି । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ରାତିରେ ନାଚ ଚାଲିଥିବା ବେଳେ ଭୋର ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।