୨ ଦିନରେ ବଦଳି ଗଲା ସିଏସ୍‌ଓଙ୍କ ନିଷ୍ପତ୍ତି

ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ କରୁଛି ତାହା ଏକ ଚିଠିରୁ ସ୍ପଷ୍ଟ ହୋଇଛି। କାହିଁକି ଏବଂ କେଉଁ ସ୍ବାର୍ଥରେ ସେହି ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିଡିଏସ୍‌(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଳ ବଣ୍ଟନ ଲାଗି ଟେଣ୍ଡର ଅନୁସାରେ କନ୍ଧମାଳ ଏବଂ ବୌଦ୍ଧ ଜିଲାର ମିଲରଙ୍କଠାରୁ ଚାଉଳ ଆଣି ପିଇଜି ଗୋଦାମରେ ରଖି ସେଠାରୁ ରିଟେଲ ସେଣ୍ଟର(ପଞ୍ଚାୟତ)କୁ ପଠାଯିବା ନିୟମ ରହିଛି। ମାତ୍ର ଏହାକୁ ଅଣଦେଖା କରାଯାଉଛି। ଟେଣ୍ଡରଧାରୀ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଏହି ୨ ଜିଲାରୁ ଚାଉଳ ନ ଆଣି କଳାହାଣ୍ଡିରୁ ଆଣି ସିଧାସଳଖ ପଞ୍ଚାୟତକୁ ପଠାଉଛି। ଘଟଣା ସମ୍ପର୍କରେ ଖୋଦ ଜିଲା ଯୋଗାଣ ଅଧିକାରୀ ଗତ ୨୨ ତାରିଖରେ ଚିଠି କରି ଚାଉଳ କେବଳ କନ୍ଧମାଳ ଏବଂ ବୌଦ୍ଧରୁ ଆସିଲେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ଦୁଇଟି ଜିଲା ବ୍ୟତୀତ ଅନ୍ୟ କେଉଁଠାର ସିଏମ୍‌ଆର(କଷ୍ଟମ ମିଲ ରାଇସ) ଗ୍ରହଣ କରାଯିବ ନାହିଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ୨ ଦିନ ପରେ ଅର୍ଥାତ ୨୪ ତାରିଖରେ ଅନ୍ୟ ଜିଲାର ସିଏମ୍‌ଆରକୁ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରୁଛନ୍ତି। ଯାହାକୁ ନେଇ ଟ୍ରାନ୍ସପୋର୍ଟ ଏବଂ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହୋଇପଡିଛି। କାରଣ ପିଇଜି ଗୋଦାମ ଏବଂ ଟେଣ୍ଡରଧାରୀ ଟ୍ରାନ୍ସପୋର୍ଟ ହେଉଛି ଜଣଙ୍କର। ଜିଲା ଯୋଗାଣ ଅଧିକାରୀ ଚିଠି ନଂ.୨୫୪ ତା.୨୨ା୬ା୧୯ରେ ସମ୍ପୃକ୍ତ ପିଇଜି ଗୋଦାମର ଆରଆରସି/ଡିଏସ୍‌ସି ଇନଚାର୍ଜ(ରାଇସ ରିସିଭିଂ ସେଣ୍ଟର କମ୍‌ ଡିପାର୍ଟମେଣ୍ଟାଲ ଷ୍ଟୋରେଜ ସେଣ୍ଟର) ଅର୍ଥାତ ବିଭାଗୀୟ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହେବ ତାହାଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ମାତ୍ର ୨ ଦିନ ପରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ସିଏମ୍‌ଆରକୁ ଖୋଦ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରିଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକଙ୍କୁ ପଚାରିବାରୁ, ଆମେ ଚିଠି କରିଥିଲୁ, ଟେଲିଫୋନରେ ନିର୍ଦ୍ଦେଶ ଆସିଲା କଳାହାଣ୍ଡି ଚାଉଳ ଗ୍ରହଣ କରିବାକୁ, ତେଣୁ ଆମେ ତାହାକୁ ଗ୍ରହଣ କରିଛୁ। ତେବେ ଏଠାରେ କଥା ଉଠୁଛି ସରକାରୀ କାର୍ଯ୍ୟରେ ଟେଲିଫୋନରେ କ’ଣ କାହାକୁ ନିର୍ଦ୍ଦେଶ ଦିଆଯାଏ। ଏହା ସତ ନା ଏହା ପଛରେ ଆଉ କ’ଣ କାରଣ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୬ତାରିଖରେ ପିଡିଏସ୍‌ ଟେଣ୍ଡରରେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ସମ୍ପର୍କିତ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏଥିରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଜିଲାର ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସିଙ୍ଗଲ ଟେଣ୍ଡର ବାତିଲ କରିବାକୁ ନିୟମ ରହିଥିବା ବେଳେ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ସବୁ ନିୟମକୁ ପଛରେ ପକାଇ ସମ୍ପୃକ୍ତ ଟ୍ରାନ୍ସପୋର୍ଟକୁ ପିଡିଏସ୍‌(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଲ ବଣ୍ଟନ ପାଇଁ ଟେଣ୍ଡର ପ୍ରଦାନ କରୁଛି। ଚଳିତ ବର୍ଷ ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ପୁଣି ସେହି ଟ୍ରାନ୍ସପୋର୍ଟକୁ ଏହା ଦେବା ପାଇଁ ସମସ୍ତ ପ୍ରସ୍ତୁିତି ଶେଷ ହୋଇଛି। ଏହି ଅନିୟମିତତାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଏବଂ ଉଭୟ ଲେଭଲ-୧ ଏବଂ ଲେଭଲ-୨ରେ ଏହି ଅନିୟମିତତା କରାଯାଇଛି ବୋଲି ଉଲ୍ଲେଖ ଥିଲା। ଶନିବାର ଯୋଗାଣ ବିଭାଗ ତରବରିଆ ଭାବେ ସିଙ୍ଗଲ ଟେଣ୍ଡର ହୋଇଥିବା ଲେଭଲ-୨ ଟ୍ରାନ୍ସପୋର୍ଟ ପାଇଁ ପୁଣି ଥରେ ଟେଣ୍ଡର ଆହ୍ବାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri