୨ ଦିନରେ ଟ୍ରେନ୍‌ରେ ଗଞ୍ଜାମ ଆସିଲେ ୫,୫୦୩ ପ୍ରବାସୀ

ଛତ୍ରପୁର,୫।୫(ଡି.ଏନ୍‌.ଏ.): କେରଳ ଓ ସୁରଟରୁ ଗତ ୨ଦିନ ହେଲା ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ରବିବାର କେରଳ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଏବଂ ସୁରଟରୁ ୩ଟି ଟ୍ରେନ ଆସି ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। କେରଳରୁ ଆସୁଥିବା ଟ୍ରେନ ଖୋର୍ଦ୍ଧାରୋଡ଼ ଷ୍ଟେଶନ ପର୍ଯ୍ୟନ୍ତ ଯାଉଛି। ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାର ଲୋକେ ଓହ୍ଲାଉଛନ୍ତି। ରବିବାର ଗଞ୍ଜାମ ଜିଲାକୁ ଟ୍ରେନ ଯୋଗେ ୧,୩୨୪ ଓ ସୋମବାର ୪,୧୭୯ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଦୁଇ ଦିନରେ ମୋଟ ୫,୫୦୩ ଜଣ ଜିଲାକୁ ଆସିଛନ୍ତି। ମଙ୍ଗଳବାର ସୁରଟରୁ ଆଉ ୩ଟି ଟ୍ରେନରେ ଜିଲାକୁ ଲୋକେ ଫେରିବେ ବୋଲି ସୂଚନା ମିଳିଛି।
ସୋମବାର ସକାଳ ସାଢ଼େ ୫ଟାରେ କେରଳ ଏର୍ନାକୁଲମ- ଖୋର୍ଦ୍ଧାରୋଡ୍‌ ସ୍ପେଶାଲ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କସନ୍‌ରେ ପହଞ୍ଚିଥିଲା। ଏଥିରେ ୧୯ଟି ଜିଲାର ୧,୧୬୧ ଜଣ ପ୍ରବାସୀ ଓଡିଆ ଆସଥିଲେ। ସେମାନଙ୍କ ମଧ୍ୟରୁ ୬୨୬ ଜଣ କେବଳ ଗଞ୍ଜାମ ଜିଲାର। ଷ୍ଟେଶନରେ ସମସ୍ତଙ୍କ ସ୍କ୍ରିନିଂ ପରେ ୪୧ଟି ବସ୍‌ ଯୋଗେ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା।
ସେହିପରି ମଧ୍ୟାହ୍ନ ୧୨ଟା ୪୦ରେ ସୁରଟରୁ ଆସି ପହଞ୍ଚିଥିବା ଟ୍ରେନରେ ଗଞ୍ଜାମ ଜିଲାର ୧,୧୮୮ ଜଣ ଆସିଥିଲେ। ସେଥିମଧ୍ୟରେ ବେଗୁନିଆପଡାର ୧୭୩, ବୁଗୁଡାର ୬୩, ଧରାକୋଟର ୩୩୬, ଜଗନ୍ନାଥପ୍ରସାଦର ୫୪, କବିସୂର୍ଯ୍ୟନଗରର ୧୬୨, ଖଲ୍ଲିକୋଟର ୫୪, କୁକୁଡାଖଣ୍ଡିର ୬୧, ପୋଲସରାର ୧୭୭, ପୁରୁଷୋତ୍ତମୁପୁର ଓ ସାନଖେମୁଣ୍ଡିର ୫୪ ଜଣ ଲେଖାଏଁ ରହିଥିଲେ। ସ୍କ୍ରିନିଂ ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ ଯୋଗେ ପଠାଯାଇଥିଲା।
‌ ଅପରାହ୍ନ ୪ଟା ୨୮ରେ ପହଞ୍ଚିଥିବା ଟ୍ରେନରେ ୧,୨୪୩ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୬୫ ଜଣ ଗଞ୍ଜାମ ଜିଲାର। ସେଥିମଧ୍ୟରେ ଆସିକାର ୫୧, ବେଗୁନିଆପଡାର ୧୮୭, ବେଲଗୁଣ୍ଠାର ୪୨, ଭଞ୍ଜନଗରର ୧୨, ବୁୁଗୁଡାର ୫୧, ଛତ୍ରପୁରର ୯, ଚିକିଟିର ୧୩, ଧରାକୋଟର ୭୯, ଦିଗପହଣ୍ଡିର ୧୧, ଗଞ୍ଜାମର ୨୧, ହିଞ୍ଜିିଳିର ୨୦, ଜଗନ୍ନାଥପ୍ରସାଦର ୧୮, କବିସୂର୍ଯ୍ୟନଗରର ୧୧୨, ଖଲିକୋଟର ୨୧୦, କୁକୁଡାଖଣ୍ଡିର ୧୪, ପାତ୍ରପୁରର ୨୪ ଜଣ, ପୋଲସରାର ୭୫, ପୁରୁଷୋତ୍ତମପୁରର ୧୨୦, ରଙ୍ଗେଇଲୁଣ୍ଡାର ୧୯, ସାନଖେମୁଣ୍ଡିର ୨୩, ଶେରଗଡର ୨୬ ଓ ସୋରଡାର ୨୮ ଜଣ ରହିଛନ୍ତି। ୩୮ଟି ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସେହିପରି ରାତି ୮ଟା ୩୫ରେ ପହଞ୍ଚିଥିବା ଟ୍ରେନରେ ଜିଲାର ୧୨୦୦ ଜଣ ଆସିଥିବା ସୂଚନା ମିଳିଛି। ତେବେ କେଉଁ ବ୍ଲକକୁ କେତେଜଣ ଆସିଛନ୍ତି, ରିପୋର୍ଟ ଲେଖାଯିବା ସୁଦ୍ଧା ତାହା ଜଣାପଡିନାହିଁ। ବାହାର ରାଜ୍ୟ ଫେରନ୍ତାମାନଙ୍କୁ ମାସ୍କ ଓ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି।
ପ୍ରଶାସନ ପକ୍ଷରୁ ଷ୍ଟେଶନରେ ୧୨ଟି ସ୍କ୍ରିନିଂ ସେଣ୍ଟର ଖୋଲାଯାଇ ସମସ୍ତଙ୍କ ଥର୍ମାଲ ସ୍କିନିଂ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଉଛି। ପ୍ରତି ଟିମ୍‌ରେ ଡାକ୍ତରଙ୍କ ସହ ୭ ଜଣିଆ ସଦସ୍ୟ ରହି ଘରବାହୁଡାଙ୍କ ସ୍କିନିଂ କରୁଛନ୍ତି। ଷ୍ଟେଶନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସପି ବ୍ରିଜେଶ କୁମାର ରଏ, ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ଆରପିଏଫ୍‌, ଜିଆରପିଏଫ୍‌, ପୋଲିସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri