୨ ଘଣ୍ଟାରେ ବେପାର ସରେ

ପିଲାବେଳେ ବାପାଙ୍କୁ ଦୋକାନରେ ସହଯୋଗ କରୁଥିଲେ। ତାଙ୍କଠାରୁ ସ୍ବାଦିଷ୍ଟ ଜଳଖିଆ ତିଆରି କରିବା ଶିଖିଥିଲେ। ଟିକେ ବଡ଼ ହେବା ପରେ ନିଜେ ଏହି ବ୍ୟବସାୟ ଆରମ୍ଭ କଲେ। ସେତେବେଳେ ସେ ଏକା ଜଳଖିଆ ପ୍ରସ୍ତୁତ ସହ ବିକ୍ରି କରୁଥିଲେ। ଏବେ ତାଙ୍କୁ ସହଯୋଗ କରୁଛନ୍ତି ସ୍ତ୍ରୀ ଓ ପୁଅ। ସେଥିପାଇଁ ପୂର୍ବାପେକ୍ଷା ଭଲ ଚାଲୁଛି ତାଙ୍କ ଜଳଖିଆ ଦୋକାନ। ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିଲେ ବି ଅଧିକ ଲାଭ ଆଶାରେ ସେ ଖାଦ୍ୟର ମାନ ବା ସ୍ବାଦରେ କୌଣସି ଫରକ ଆଣିନାହାନ୍ତି। କେବଳ ସକାଳ ବେଳା ଦୋକାନ ଖୋଲୁଥିବାରୁ ଗ୍ରାହକଙ୍କ ବେଶ୍‌ ଭିଡ଼ ଲାଗିଥାଏ ତାଙ୍କ ନିକଟରେ। ମାତ୍ର ୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ଜଳଖିଆ ଶେଷ ହୋଇଯାଏ ଓ ତାଙ୍କ ବେପାର ବି ସାରିଯାଏ ବୋଲି କହିଛନ୍ତି ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଅଫିସ ନିକଟରେ ଦୋକାନ ଦେଇଥିବା ଗିରିଆ ସାହୁ।
ଗିରିଆଙ୍କ ବୟସ ଏବେ ୫୨ ଛୁଇଁଲାଣି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନୁହେଁ। ୮ ଭଉଣୀ ଭାଇଙ୍କ ମଧ୍ୟରୁ ସେ ୪ର୍ଥ। ବଡ଼ ପରିବାର ହୋଇଥିବାରୁ ବାପା ଅଧିକ ପଢ଼ାଇ ପାରି ନ ଥିଲେ। ତେଣୁ ପିଲାବେଳେ ବନ୍ତଳା ଛକରେ ଥିବା ବାପାଙ୍କ ଛୋଟ ଜଳଖିଆ ଦୋକାନରେ ସେ ବହୁ ସମୟ ବିତାଉଥିଲେ। ଛୋଟ ମୋଟ କାମ କରିବା ସହ ସେଠାରେ ବାପାଙ୍କ ଠାରୁ ଜଳଖିଆ ପ୍ରସ୍ତୁତି ଶିଖିଥିଲେ। ୧୫ ବର୍ଷ ବୟସରେ ସେ ନିଜେ ବନ୍ତଳା ଛକରେ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟ କରିବାର ୫ ବର୍ଷ ପରେ ଖିଣ୍ଡା ଗ୍ରାମର ମଳେଇ ସାହୁଙ୍କ ଝିଅ କବିତାଙ୍କୁ ବିବାହ କରିଥିଲେ। ପରେ ରେଞ୍ଜ ଅଫିସ ନିକଟରେ ଜଳଖିଆ ଦୋକାନ ଦେଲେ। ଦୀର୍ଘ ୩୫ ବର୍ଷ ଧରି ସେ ଏହି ବ୍ୟବସାୟ ଚଳାଇଛନ୍ତି। ତାଙ୍କର ହାତ ତିଆରି ଇଟିଲି, ବରା ଓ ପରିବା ତରକାରୀ ଭାରି ସ୍ବାଦିଷ୍ଟ। ଏଥିସହିତ ପୁରୀ ଓ ଆଳୁଚପ ମଧ୍ୟ ତାଙ୍କ ପ୍ରସ୍ତୁତ ଜଳଖିଆ ମଧ୍ୟରେ ଥାଏ। ସକାଳେ ଦୁଇ ଘଣ୍ଟା ମଧ୍ୟରେ ଦୁଇଶହରୁ ଊଦ୍ଧର୍‌ବ ଗରାଖ ତାଙ୍କ ଦୋକାନରୁ ଜଳଖିଆ ଖାଇଥାନ୍ତି। ଏହି ବ୍ୟବସାୟ କରି ସେ ପକ୍କା ଘରଟିଏ କରିବା ସହିତ ବଡ଼ ଝିଅ ମଧୁସ୍ମିତା (୨୫)ଙ୍କୁ ପାଠ ପଢ଼ାଇ ଭଲ ଘରେ ବିବାହ ଦେଇପାରିଛନ୍ତି। ସାନ ପୁଅ ସତ୍ୟମ ମାଟ୍ରିକ ପାସ ପରେ ଏବେ ଜଳଖିଆ ଦୋକାନରେ ସାହାଯ୍ୟ କରୁଛନ୍ତି। ସ୍ବାଦିଷ୍ଟ ଜଳଖିଆ ପ୍ରସ୍ତୁତିରେ ତାଙ୍କ ସ୍ତ୍ରୀଙ୍କ ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ରାତିରେ ବତୁରା ଯାଇଥିବା ବିରି ଓ ଚାଉଳକୁ ଶୀଳରେ ବାଟି ସ୍ତ୍ରୀ କବିତା ପିଠଉ ପ୍ରସ୍ତୁତ କରିଥାନ୍ତି। ଆଉ ଶୀଳରେ ବଟାଯାଉଥିବାରୁ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଦୋକାନର ବରା, ଇଟିଲି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଗିରିଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri