୨ ଗୋରୁ ବୋଝେଇ ଗାଡ଼ି ଜବତ

ଆନନ୍ଦପୁର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବୁଧବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ଆନନ୍ଦପୁର ପୌରପରିଷଦ ଅଧୀନ ଫକୀରପୁର ସାପ୍ତାହିକ ହାଟରୁ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଜବତ ଗୋରୁଙ୍କୁ ନୀଳଗିରିଠାରେ ଥିବା ଗୋଶାଳାକୁ ପଠାଯାଇଥିବା ଜଣାପଡ଼ିଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।