୨ କ୍ୱିଣ୍ଟାଲ ମହୁଲ ପୋଚ ଜବତ କଲା ଅବକାରୀ ବିଭାଗ

ଗୁଡଭେଲା,୯ା୫(ଡି.ଏନ୍‌.ଏ.) : କରୋନା ପାଇଁ ସବୁ ଆଡ଼େ ଲକ୍‌ଡାଉନ୍‌ ଚାଲିବା ସହ ଦେଶୀ ଓ ବିଦେଶୀ ମଦ ଦେକାନ ବନ୍ଦ ରହିଥିବା ବେଳେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଅବକାରୀ ଅଧୀକ୍ଷକ ଏସ୍‌ ବେର୍ସାଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଶନିବାର  ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଙ୍ଗ ପତରା ଜଙ୍ଗଲରେ  ପ୍ରାୟ ୨ କ୍ୱିଣ୍ଟାଲ ମହୁଲ ପୋଚ ଜବତ କରିଥିବା ବେଳେ କେହି ଗିରଫ ହୋଇ  ନ ଥିବା ସ୍ଥାନୀୟ ଅବକାରୀ ଅଧିକାରୀ ଅରୁଣ ଯୋଶୀ  କହିଛନ୍ତି ।