Categories: ଫୁରସତ

୨୯ ବର୍ଷ ହେବ ଏଠି ୨୫ ପଇସାରେ ମିଳୁଛି କଚୋଡି

କୋଲକାତା: ପଶ୍ଚିମବଙ୍ଗ ମୁରାରି ପୁକର ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଘୋଷଙ୍କ ଜଳଖିଆ ଦୋକାନ ବେଶ୍‌ ଚର୍ଚ୍ଚିତ। ୧୯୯୦ ମସିହାରୁ ଏହି ଦୋକାନ ଆରମ୍ଭ କରାଯାଇଥିବା ବେଳେ ଏବେବି ସେଠାରେ ୨୫ ପଇସାରେ କଚୋଡି ମିଳିଥାଏ। କୁହାଯାଏ ଜ୍ୟୋତି ବସୁଙ୍କ ସରକାର ସମୟରେ ଲକ୍ଷ୍ମୀ ନାରାୟଣ ଏକ ଛୋଟିଆ ଘରେ ତାଙ୍କର ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ଏହି ଦୋକାନ ନିକଟରେ ସ୍କୁଲ ଥିବାରୁ ବହୁ ସଂଖ୍ୟାରେ ପିଲା ତାଙ୍କ ଦୋକାନକୁ ଜଳଖିଆ ଖାଇବାକୁ ଆସିଥାଆନ୍ତି। ସେତେବେଳେ ବଜାରରେ କଚୋଡିର ଦାମ ୫୦ ପଇସା ଥିବା ବେଳେ ଲକ୍ଷ୍ମୀ ନାରାୟଣ କିନ୍ତୁ ଅଧାଦାମ୍‌ ଅର୍ଥାତ୍‌ ୨୫ ପଇସାରେ ପିଲାମାନଙ୍କୁ କଚୋଡି ଦେଉଥିଲେ। ସେ କହୁଥିଲେ କେହି ପିଲା ଯେମିତି ଅଧିକ ପଇସା ଭାବି ଭୋକିଲା ନ ରହିଯାଏ। ତାଙ୍କର ଏହି ମଣିଷପଣିଆ ଆଜିବି ବଜାୟ ରହିଛି। ଦୀର୍ଘ ୨୯ ବର୍ଷ ପରେ ବି ଆଜି ସେ ୨୫ ପଇସାରେ କଚୋଡି ବିକନ୍ତି ବୋଲି କୁହନ୍ତି। ଏହାସହ ଆଳୁଚପ, ପିଆଜି, ମଟର ଚପ, ବାଇଗଣି ଆଦି ବିକ୍ରି କରୁଥିବା ବେଳେ ଏହାର ଦାମ୍‌ ଏକ ଟଙ୍କା ରଖିଥିବା କୁହନ୍ତି।

Share