Categories: ଜାତୀୟ

୨୯ ବର୍ଷ ପରେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ

ଲକ୍ଷ୍ନୌ, ୨।୭: ୨୯ବର୍ଷ ପରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ। ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ କଲ୍ୟାଣ କେବଳ ଯେ ୨୦ବର୍ଷ ଅପେକ୍ଷା କରିଥିଲେ ତା’ ନୁହେଁ, ପିତାଙ୍କ ହତ୍ୟାକାରୀ ସହ ବନ୍ଧୁତା ମଧ୍ୟ ସ୍ଥାପନ କରିଥିଲେ। ଗୋସାଇଗଞ୍ଜର ମହୁରାକଳା ଗ୍ରାମର ସୁନ୍ଦରଲାଲ ରାଓ୍ବତ(୬୮)ଙ୍କୁ ରବିବାର ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ପୁଅ ଆଶାରାମ ଗାଁର କଲ୍ୟାଣ ସିଂ ରାଓ୍ବତ ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି ବୋଲି ଥାନାରେ ଏତଲା ଦେଇଥିଲେ। ପୋଲିସ କଲ୍ୟାଣଙ୍କୁ ଗିରଫ କରି ପଚରାଉଚରା କରିବା ପରେ ହତ୍ୟାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇଛି। କଲ୍ୟାଣ କହିଛନ୍ତି, ମୁଁ ମାତ୍ର ଏକ ମାସ ହୋଇଥିବାବେଳେ ସୁନ୍ଦରରଲାଲ ମୋ ପିତା ରାମ ସ୍ବରୂପଙ୍କୁ ହତ୍ୟା କରିଥିଲେ। ବଡ ହେବା ପରେ ମା’ ମୋତେ ମୋ’ ମା ସୁବକଥା କହିଥିଲେ। ଏହାପରେ ସୁନ୍ଦରଲାଲଙ୍କଠାରୁ ପ୍ରତିଶୋଧ ନେବା କଥା ଚିନ୍ତା କରିଥିଲି ବୋଲି କଲ୍ୟାଣ ପୋଲିସକୁ କହିଛନ୍ତି।

Share