୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶୁକ୍ରବାର ମନ୍ଦିର ପରିସରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚୈତ୍ର ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ୨୯ରେ ମାଙ୍କ ପାଦ ଉଠାଣ ଓ ଘଟ ସ୍ଥାପନ ସହ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା ଇତ୍ୟାଦି ଅନୁଷ୍ଠିତ ହେବ। ୩୦ରୁ ୨ ତାରିଖ ଯାଏଁ ପ୍ରତିଦିନ ମା’ଙ୍କ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ, ମୁଖ୍ୟ ଦେବୀଙ୍କ ମହାସ୍ନାନ, ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ । ୨ ତାରିଖରେ ମାଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ, ପୂଜକଙ୍କ କଣ୍ଟାଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ କାର୍ଯ୍ୟକ୍ରମ ରହିଛି । ମନ୍ଦିରର ପୂଜକ ଚନ୍ଦ୍ର ପୂଜାରୀ, ରାଜ ପୁରୋହିତ ବିରଞ୍ଚତ୍ ଦାଶଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରାଇସିଂ ବିଡିକି, ଟ୍ରଷ୍ଟି ସଦସ୍ୟ ଇପିଲି ରାଜୁ, ପି.ବାସୁ, ଦେବ ବେହେରା, ବାବୁ ଦଳେଇ, ଶ୍ରୀନିବାସ ରାଓ, ମାଙ୍ଗା ହୁଇକା, ଅଫିସ ସୁପରିନଟେଣ୍ଡଟ ଜାନକୀ ବଲ୍ଲଭ ମହାନ୍ତି, ଭେଙ୍କେଟ ରାଓ ପ୍ରମୁଖ ଶୁଭଖୁଣ୍ଟି ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ: ରାଗରେ ନିଆଁବାଣ PCB

ନୂଆଦିଲ୍ଲୀ,୧୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ (KKR) ଦଳ ମୁଖ୍ୟ ଖବର ପାଲଟିଛି। ଗୋଟିଏ ପଟେ, ହର୍ଷିତ ରାଣା ଆଘାତ ଯୋଗୁ…

ଶୁଭମନ ଗିଲଙ୍କୁ ସବୁଠାରୁ ବଡ଼ ପୁରସ୍କାର; ଘୋଷଣା କଲା ବିସିସିଆଇ – ବିରାଟ, ରୋହିତ, ବୁମରାଙ୍କୁ କିଛି ନାହିଁ

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁବମନ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ ଦି ଇୟର ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। BCCI ନମନ ପୁରସ୍କାର…

ସଞ୍ଜୁ ସାମସନ, ଇଶାନ କିଶାନଙ୍କୁ ନେଇ ବଡ଼ ବୟାନ ଦେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଏବଂ ଇଶାନ…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri