୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

କଟକ ଅଫିସ,୮।୬: କଟକ ଜଗତପୁରସ୍ଥିତ ପୀରବଜାରଠାରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ। ଅଭିଯୁକ୍ତ କର୍ଣ୍ଣଚନ୍ଦ୍ର ବାଇକ ଯୋଗେ ବ୍ରାଉନ୍‌ସୁଗାର ନେଉଥିବା ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଏହି ଚଢ଼ାଉ କରିଥିଲେ। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।