୨୮ରୁ ଜାତୀୟ ଯୋଗ ପ୍ରତିଯୋଗିତା

କଟକ ଅଫିସ, ୨୫।୧୨: ବାରବାଟୀ ଯୋଗ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୨୮ ତାରିଖରୁ ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଜାତୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ବୁଧବାର ସତ୍ୟବ୍ରତ ଷ୍ଟାଡିୟମସ୍ଥିତ ଆସୋସିଏଶନ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆସୋସିଏଶନର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ସିଂହ ଏହି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାକୁ କଟକ -ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ ଉଦ୍‌ଘାଟନ କରିବେ। ଏଥିରେ ଅତିଥି ଭାବେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଯୋଗଦେବେ। ସେହିପରି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜଷ୍ଟିସ ଏ.ଏସ୍‌. ନାଇଡୁ, ଏଲ୍‌ଆର୍‌ସି କଟକ ମଣ୍ଡଳର ପ୍ରବନ୍ଧକ ଅଶୋକ କୁମାର ରାଉତରାୟ, ଡା. ଅପିର୍ର୍ତା ପ୍ରିୟଦର୍ଶିନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଖବରଦାତା ସମ୍ମିଳନୀରେ ସମ୍ପାଦକ ଗୌରୀମୋହନ କର, କୋଷାଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।