Categories: ଜାତୀୟ

‘୨୬/୧୧ ପରେ ପାକ୍‌ ଉପରେ ଆକ୍ରମଣ ଯୋଜନା ଥିଲା’

ନୂଆଦିଲ୍ଲୀ,୨୯ା୧୨(ଆଇଏଏନ୍‌ଏସ୍‌): ୨୦୦୮ ନଭେମ୍ବ ୨୬ରେ ପାକ୍‌ ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିବା ଲାଗି ଯୋଜନା ହୋଇଥିଲା ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ଶନିବାର ପ୍ରକାଶ କରିଛନ୍ତି। ଏଥିଲାଗି ସରକାରଙ୍କଠାରୁ ଅନୁମତି ମିଳି ନ ଥିଲା ବୋଲି ସେ ମତ ରଖିଛନ୍ତି। ଭିଜେଟିଆଇର ବାର୍ଷିକ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ଭାରତ ସହ ପାକିସ୍ତାନ ବଡ଼ ଯୁଦ୍ଧ କରିପାରିବ ନାହିଁ, ସେଥିଲାଗି ଏଭଳି କରୁଛି। ଭାରତୀୟ ବାୟୁସେନା ଯେକୌଣସି ଯୁଦ୍ଧ ଲାଗି ପୂର୍ଣ୍ଣ ପ୍ରସ୍ତୁତ। ବାଲାକୋଟ ଆକ୍ରମଣ ପାକିସ୍ତାନ ଲାଗି ସତର୍କ ଘଣ୍ଟି ସଦୃଶ ଥିଲା। ପାକିସ୍ତାନ ଏହାର ଟେର୍‌ ପାଇ ନ ଥିଲା। ଦୁଇ ପଡ଼ୋଶୀ ଦେଶ ପରମାଣୁ ଶକ୍ତିସମ୍ପନ୍ନ ହୋଇଥିଲାବେଳେ ସୀମାରେ ସବୁବେଳେ ସତର୍କ ଦୃଷ୍ଟି ରଖାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ଧନୋଆ ପ୍ରକାଶ କରିଛନ୍ତି। ପୂର୍ବାଞ୍ଚଳରେ ଚାଇନାର ଶକ୍ତିବୃଦ୍ଧି ଉପରେ ଭାରତ କଡ଼ା ନଜର ରଖିବାର ଆବଶ୍ୟକତା ରହିଥିବା ଧନୋଆ ପ୍ରକାଶ କରିଛନ୍ତି।

Share