Categories: ଜାତୀୟ

୨୬ ଯାତ୍ରୀଙ୍କୁ ବିମାନରୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ କହିଲା ଏୟାର ଫ୍ରାନ୍ସ୍‌

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରୁ ଫ୍ରାନ୍ସ୍‌ ଯାଉଥିବା ଏୟାର ଫ୍ରାନ୍ସ୍‌ର ବିମାନ ଏଫ୍‌-୨୨୫ରୁ ୨୬ଜଣ ଯାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ ବୁଧବାର ସକାଳେ ଅନୁରୋଧ କରାଯାଇଛି। ଯାତ୍ରୀଙ୍କ ଲଗେଜ୍‌ ଅଧିକ ଥିବାରୁ ଏପରି କରାଯାଇଥିବା କୁହାଯାଉଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି କରାଯାଇଥିବା ଏୟାର ଫ୍ରାନ୍ସ୍‌ କହିଛି। ଯାତ୍ରୀମାନେ ବାହାରି ଯିବା ପରେ ବିମାନ ଉଡ଼ାଣ କରିଥିଲା। ତେବେ ସ୍ବେଚ୍ଛାକୃତ ଭାବେ ବିମାନରୁ ବାହାରି ଥିବା ଯାତ୍ରୀଙ୍କ ପାଇଁ ଏୟାର ଫ୍ରାନ୍ସ୍‌ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ସେ ସମ୍ପର୍କିତ ସୂଚନା ମିଳିପାରି ନାହିଁ।

Share