୨୬ ବାଇକ୍‌ ଜବତ

ଯୋଡା, ୧।୪(ଡି.ଏନ.ଏ.)-ଲକଡାଉନ କଟାକଣାକୁ ଉଲ୍ଲଂଘନ କରି ବିନା କାରଣରେ ଯୋଡ଼ା ସହରରେ ବୁଲୁଥିବା ୨୬ଟି ବାଇକ୍‌କୁ ପୋଲିସ ଜବତ କରିଛି। ଗତ ଶନିବାର ମଧ୍ୟ ଯୋଡା ପୋଲିସ ୨୯ ବାଇକ ଜବତ କରିଥିଲା ା ତେବେ ଜବତ ହୋଇଥିବା ବାଇକ୍‌ ଗୁଡିକୁ ଲକଡାଉନ୍‌ ଉଠିବା ପରେ କାଗଜପତ୍ର ଯାଞ୍ଚ କରି ଛାଡିଦିଆଯିବ ବୋଲି ଯୋଡ଼ା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ସୂଚନା ଦେଇଛନ୍ତି।