୨୬ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ। ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମିଳୁ ନ ଥିବାରୁ ଚାଷ ପ୍ରତି ଆଉ ଚାଷୀମାନେ ଆଗ୍ରହ ଦେଖାଉ ନାହାନ୍ତି। ଜମି ପଡିଆ ପଡୁଛି ପଛେ ବିଲକୁ ହଳ ଯାଉନି। ଅନ୍ୟପକ୍ଷରେ ଚଳିତ ବର୍ଷ ଦେବାଳିଆ ମୌସୁମୀ ଧାନ ଚାଷକୁ ବହୁଳ ଭାବେ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଆକଳନ କରିଛନ୍ତି। କୃଷି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ରେ ୩୬ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ସ୍ବଳ୍ପ ବୃଷ୍ଟି ଯୋଗୁ ୩୬ ଲକ୍ଷ ୫୦ ହଜାର ହେକ୍ଟରକୁ ଧାନ ଚାଷ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ଫଳରେ ୨୬ଟି ଜିଲାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଛି।
ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକା ଦେବାର ଆଶଙ୍କା ରହିଛି। ରାଜ୍ୟରେ ସ୍ବାଭାବିକଠାରୁ କମ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ରାଜ୍ୟକୁ ମୌସୁମୀ ବର୍ଷା ସ୍ବାଭାବିକ ସମୟ(ଜୁନ୍‌ ୧୦) ପରିବର୍ତ୍ତେ ୧୧ ଦିନ ବିଳମ୍ବ ଅର୍ଥାତ ଜୁନ୍‌ ୨୧ ତାରିଖରେ ପ୍ରବେଶ କରିଛି। ଦୁଇଦିନ କିଛି ପରିମାଣର ବର୍ଷା ହେବା ପରେ ପୁଣି ଉଭାନ ହୋଇଯାଇଛି। ଜୁନ୍‌ ପହିଲାରୁ ଧାନ ଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇ ନାହିଁ। ଅନେକ ଜମି ଏବେ ବି ପଡିଆ ରହିଛି। ରାଜ୍ୟରେ ୩୬ ଲକ୍ଷ ୫୦ ହଜାର ହେକ୍ଟରରୁ ଏ ପର୍ଯ୍ୟନ୍ତ ମାତ୍ର ୫ ଲକ୍ଷ ୧୬ ହଜାର ହେକ୍ଟରରେ ଧାନ ବୁଣା ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆବଶ୍ୟକ ବର୍ଷା ନ ହେବାରୁ ବେଳକୁ ବେଳ ପରିସ୍ଥିତି ସଙ୍ଗିନ ହେବାକୁ ଯାଉଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି। କେବଳ ୪ଟି ଜିଲାକୁ ବାଦ୍‌ ଦେଲେ ୧୮ଟି ଜିଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୮ଟି ଜିଲାରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ ଜିଲାରେ ଏହି ସମୟରେ ସ୍ବାଭାବିକ ଭାବେ ୧୯୯ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୯୫.୪ ମିଲିମିଟର । ସେହିପରି ଯାଜପୁର ଜିଲାରେ ୨୩୦.୬ ସ୍ଥାନରେ ୨୨୯, ନବରଙ୍ଗପୁର ଜିଲାରେ ୨୪୩.୪ ଜାଗାରେ ହୋଇଛି ୨୧୧.୯ ଏବଂ ପୁରୀ ଜିଲାରେ ୧୫୧.୩ ସ୍ଥାନରେ ୧୮୧.୭ ମିଲିମିଟର ବର୍ଷା ହୋଇଛି। ରାୟଗଡା ଜିଲାରେ ୧୮୮.୮ ସ୍ଥାନରେ ୭୩.୧, ଗଜପତି ଜିଲାରେ ୧୯୩ ସ୍ଥାନରେ ୬୮.୮ ମିଲିମିଟର ବର୍ଷା ହୋଇଛି। ଏହି ଦୁଇଟି ଜିଲାରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇଛି। ସେହିପରି ନୂଆପଡା, ବାଲେଶ୍ୱର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ ଏବଂ ସୁନ୍ଦରଗଡ ଜିଲାରେ ଅନାବୃଷ୍ଟି ଅବସ୍ଥା ସୃଷ୍ଟି ହୋଇଛି।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦୯ରେ ଚାଷୋପଯୋଗୀ ଜମି ଥିଲା ୬୧.୮୦ ଲକ୍ଷ ହେକ୍ଟର । ୨୦୧୮-୧୯ ରେ ରାଜ୍ୟର ୩୦ ଜିଲାରେ ୮୪୮ ହେକ୍ଟର ଚାଷ ଜମି ପଡିଆ ପଡିଛି। ପୁରୀ ଜିଲାରେ ସର୍ବାଧିକ ୭୫ ହେକ୍ଟର ଜମି ପଡି ରହିଥିବା ବେଳେ ମୟୂରଭଞ୍ଜରେ ୭୧, ବାଲେଶ୍ୱରରେ ୫୬, ଗଞ୍ଜାମରେ ୫୯, କୋରାପୁଟରେ ୫୧, କେନ୍ଦୁଝରରେ ୫୪ ହେକ୍ଟର ଜମି ଚାଷ ନ ହୋଇ ପଡିରହିଛି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ଅଳ୍ପ ବହୁତ ଚାଷ ଜମି ପଡିଆ ପଡିଛି। ମଜୁରି ବୃଦ୍ଧି ଏବଂ କୃଷି ଶ୍ରମିକ ମିଳୁ ନ ଥିବାରୁ ଚାଷ ବେଳକୁ ବେଳ ମହଙ୍ଗା ହେବାରେ ଲାଗିଛି। ବର୍ଷତମାମ ହାଡଭଙ୍ଗା ପରିଶ୍ରମ କରି ମଧ୍ୟ ଚାଷୀ ଉତ୍ପାଦିତ ମୂଲ୍ୟ ପାଇପାରୁନାହାନ୍ତି। ଧାନର ସହାୟକ ମୂଲ୍ୟ ଠାରୁ ଧାନ କୁଇଣ୍ଟାଲ ପିଛା ଦୁଇଗୁଣା ଖର୍ଚ୍ଚ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୦୪-୦୫ରେ ଧାନ ଉତ୍ପାଦନ ପାଇଁ ହେକ୍ଟର ପିଛା ୭୨୯୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୧୧-୧୨ରେ ଏହା ୧୪,୪୩୯ ଟଙ୍କାକୁ ବୃଦ୍ଧି ପାଇଛି। ନିଅଣ୍ଟିଆ ବର୍ଷା ଏବଂ ମଜୁରି ବୃଦ୍ଧି ଯୋଗୁ ଚାଷୀମାନେ ବେଳକୁ ବେଳ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri