୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ସେଥିରୁ ୮୨୬ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୬ଜଣ ସୁସ୍ଥ ହୋଇ ଫେରୁଛନ୍ତି। ସେହିଭଳି ୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଜିଲାଓ୍ବାରୀ କରୋନା ତଥ୍ୟକୁ ଯଦି ଦେଖାଯାଏ ତେବେ ସର୍ବାଧିକ ଆକ୍ରାନ୍ତ ଜିଲାଭାବେ ଗଞ୍ଜାମ ଶୀର୍ଷରେ ରହିଛି।

ଗଞ୍ଜାମରୁ ୧୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଜିଟିଭ୍‌ ସଂଖ୍ୟା ୩୪୧ରେ ପହଞ୍ଚିଛି। ଯାଜପୁରରୁ ୧୪ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୨୩୯ ହୋଇଛି। ବାଲେଶ୍ୱରରୁ ନୂଆ ୩ ଆକ୍ରାନ୍ତ ପରେ ସଂଖ୍ୟା ୧୨୮ ହୋଇଛି। ପୁରୀରୁ ନୂଆ ୧୭ ଚିହ୍ନଟ ପରେ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୬୫ ହୋଇଛି। କଟକରେ ପୁଣି ଜଣେ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୫୭ ହୋଇଛି। ବଲାଙ୍ଗୀରରୁ ଜଣେ ପଜିଟିଭ୍‌ ସ୍ପଷ୍ଟ ହେବା ପରେ ସଂଖ୍ୟା ୯ରେ ପହଞ୍ଚିଛି। ମାଲକାନଗିରିରୁ ଆଉ ୫ ଚିହ୍ନଟ ହେବା ପରେ ପଜିଟିଭ୍‌ ସଂଖ୍ୟା ୮ ହୋଇଛି। କନ୍ଧମାଳରୁ ଆଉ ୨ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୫ ହୋଇଛି। ଝାରସୁଗୁଡ଼ାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଜିଲାରେ ପଜିଟିଭ୍‌ ସଂଖ୍ୟା ୫ ହୋଇଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ ଏବେ ଯାଜପୁର ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା ରହିଛି। ଏହାପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨୮, ଭଦ୍ରକରେ ୯୮, ଖୋର୍ଦ୍ଧାରେ ୭୪, ପୁରୀରେ ୬୫, କଟକରେ ୫୭, କେନ୍ଦ୍ରାପଡ଼ାରେ ୪୦, ସୁନ୍ଦରଗଡ଼-ବୌଦ୍ଧରେ ୩୩, ନୟାଗଡ଼ରେ ୩୨, ଜଗତସିଂହପୁରରେ ୩୦, ଅନୁଗୋଳରେ ୧୯, ମୟୂରଭଞ୍ଜରେ ୧୪, କଳାହାଣ୍ଡିରେ ୧୩, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୯, ମାଲକାନଗିରିରେ ୮, ସମ୍ବଲପୁର-ଝାରସୁଗୁଡ଼ାରେ ୫, ଗଜପତିରେ ୪, ଢ଼େଙ୍କାନାଳ-ଦେବଗଡ଼ରେ ୨, ନବରଙ୍ଗପୁର-କୋରାପୁଟରେ ୧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri