୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଆସନ୍ତା ୨୬ରୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ କରାଯିବ। ଏନେଇ ଗୁରୁବାର ଅପରାହ୍ନରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ମୂଲ୍ୟାୟନ ଘୁଞ୍ଚିଛି। ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତ ଚେଷ୍ଟା ଜାରି ରଖିଛୁ। ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ। ଗୁରୁବାର ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଥିଲେ।