Categories: ବାଣିଜ୍ୟ

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ୨୩ ମାସରେ ସର୍ବନିମ୍ନ ସ୍ତର କୁହାଯାଉଛି। ଜୁନ୍‌ରେ ଏହା ୨.୦୨% ରହିଥିବା ବେଳେ ଗତବର୍ଷ ଜୁଲାଇରେ ଏହା ୫.୨୭ ପ୍ରତିଶତ ରହିଥିଲା। ଏଥିପୂର୍ବରୁ ୨୦୧୭ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ୦.୯୦ ପ୍ରତିଶତ ରହିଥିଲା। ଜୁଲାଇରେ ଖାଦ୍ୟପଦାର୍ଥର ପାଇକାରୀ ମୁଦ୍ରାସ୍ଫୀତି ହାର ୫.୦୪ ପ୍ରତିଶତରୁ ହ୍ରାସ ପାଇ ୪.୫୪ ପ୍ରତିଶତ ହୋଇଛି। ସେହିପରି ପ୍ରାଇମେରି ଆର୍ଟିକିଲ୍ସର ମୁଦ୍ରାସ୍ଫୀତି ହାର ୬.୭୨ ପ୍ରତିଶତରୁ ୫.୦୩ ପ୍ରତିଶତକୁ କମିଛି। ଇନ୍ଧନ ଓ ବିଜୁଳି କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଜୁଲାଇରେ -୩.୬୪ ପ୍ରତିଶତକୁ ଖସିଆସିଥିବା ବେଳେ ଜୁନ୍‌ରେ ଏହା -୨.୨% ରହିଥିଲା। ସୂଚନାଥାଉ କି, ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ୩.୧୫ ପ୍ରତିଶତକୁ ଖସିଆସିଛି, ଯାହା କି ଜୁନ୍‌ରେ ୩.୧୮ ପ୍ରତିଶତ ରହିଥିଲା।

Share