୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କଠାରୁ ୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ୨୦୨୦ ଇଦ୍‌ରେ ପରଦାକୁ ଆସିବାକୁ ଥିବା ଅକ୍ଷୟଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କିଛିଦିନ ତଳେ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ଏବେ ଏହାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରଯୋଜକ ତୁଷାର କପୁର ଏହାର ଏକ ଫଟୋ ଶେୟାର କରିଥିବା ବେଳେ କିଛି ସମୟ ପରେ ଏହାକୁ ଡିଲିଟ୍‌ କରିଦେଇଥିଲେ। ହେଲେ ଇତିମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଫଟୋରେ ଅକ୍ଷୟଙ୍କ ସହ କିୟାରା ଆଡଭାନୀଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଯେଉଁ ଫାଷ୍ଟ ଲୁକ୍‌ ଦେଖିବାକୁ ମିଳିଥିଲା ସେଥିରେ ଅକ୍ଷୟ ଶାଢୀ ପିନ୍ଧିଥିବା ବେଳେ ଦୁର୍ଗା ମୂର୍ତ୍ତିଙ୍କ ସାମ୍ନାରେ ନଜର ଆସିଥିଲେ।

Share