ଭୁବନେଶ୍ୱର,୧୧।୮(ଅନୁରାଧା ମହାରଣା) – ଓଡିଶାର ସମସ୍ତ ବେସରକାରୀ ଅନୁଦାନ ଓ ଅଣଅନୁଦାନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ସଂସ୍କୃତ ଅନୁଷ୍ଠାନର ପରିଚାଳନା କମିଟି ଦ୍ୱାରା ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ପ୍ରାୟ ୨୫ ଦିନ ହେଲାଣି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି। ସରକାରୀ ଅନୁଦାନ ଦାବି ନେଇ ଦୁଇଥର ମହାସମାବେଶ ଆୟୋଜନ ହୋଇଥିଲେ ମଧ୍ୟ ସରକାରୀ ସ୍ତରରୁ କୌଣସି ସୁଫଳ ମିଳିନାହିଁ। ଦୀର୍ଘବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ଅକ୍ଲାନ୍ତପରିଶ୍ରମ କରି ଶିକ୍ଷାପ୍ରଦାନ କରି ଆସୁଥିଲେ ମଧ୍ୟ ସରକାରୀ ଅନୁଦାନରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ସରକାର ବାରମ୍ବାର ଦେଇ ଆସୁଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଉଛି ବୋଲି ଆନ୍ଦୋଳନକାରୀମାନେ କ୍ଷୋଭର ସହ କହିଛନ୍ତି। ଗତ ଜୁନ୍ ୨୪ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂତନ ଅନୁଦାନ ନୀତିର ପ୍ରକ୍ରିୟାକରଣ ପାଇଁ ଚିଠି ପ୍ରକାଶ ପାଇଥିଲା। ମାତ୍ର ୨୮ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିରେ ବିଚାରଧୀନ ରହିଛି ଦର୍ଶାଇ ଉକ୍ତ ଚିଠିଟିକୁ ପ୍ରତ୍ୟାହାର କରିନିଆଯାଇଛି। ଇତିମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ୪ଥର ବସିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ସଂଘ ଜୁଲାଇ ୧୮ରୁ ଗାନ୍ଧୀମାର୍ଗରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇଛି। ମାତ୍ର ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ଚାଲିଛି କହି ସରକାର ଚୁପ୍ହୋଇ ବସିଛନ୍ତି। ସରକାର ଯଥାଶୀଘ୍ର ଏକମାତ୍ର ସରକାରୀ ଅନୁଦାନ (ଜିଆଇଏ) ଘୋଷଣା କରନ୍ତୁ। ଯଦି ଏଥର କୌଣସି ଟାଳଟୁଳନୀତି ପ୍ରୟୋଗ କରନ୍ତି, ତେବେ ସଂଘ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଯିବ ଓ ଯେଉଁ ଅପ୍ରୀତିକର ପରିସ୍ଥତି ସୃଷ୍ଟିହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ସଭାପତି ଡ. ଦେବବିଜୟ ମିଶ୍ର ଚେତାବନୀ ଦେଇଛନ୍ତି।
ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ
ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…
ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା
ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…
ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ
ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…
ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ
ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍ଘାଟିତ…
କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା
ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…
Archives

