Categories: ଜାତୀୟ

୨୪ ତାରିଖ ମଧ୍ୟରାତ୍ରରୁ ବନ୍ଦରହିବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରଥମେ ଟ୍ରେନ୍‌ ସେବା ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିଥିଲେ। ମଙ୍ଗଳବାର ମଧ୍ୟରାତିଠାରୁ ସମସ୍ତ ଘରୋଇ ବିମାନ ସେବାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ମଙ୍ଗଳବାର ରାତି ୧୨ଟା ପୂର୍ବରୁ ସମସ୍ତ ବିମାନ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିମାନ କମ୍ପାନୀକୁ ଜଣାଇଦିଆଯାଇଛି। ତେବେ ମାଲବାହୀ ବିମାନଗୁଡିକ ପୂର୍ବପରି ଉଡାଣ କରିବେ ବୋଲି କୁହାଯାଇଛି।

Share