୨୪ ଘଣ୍ଟାରେ ୯ ହଜାର ୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ: କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୨୫ ଲକ୍ଷ ଟପିଲା

ନୂଆଦିଲ୍ଲୀ,୫।୬ : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୮୫୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨.୨୫ ଲକ୍ଷ ଟପିଛି। ସେହପରି ୨୪ ଘଣ୍ଟାରେ ଦେଶରେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାର ୩୫୫ ଜଣ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଲକ୍ଷ ୨୬ ହଜାର ୭୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯ ହଜାର ୪୬୨ଜଣ ସୁସ୍ଥ ହୋଇଥିବା ବେଳେ ୬ ହଜାର ୩୪୮ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୧୦ ହଜାର ୯୬୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୨ ହଜାର ୭୧୦ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ହଜାର ଟପିଛି।

Share