Categories: ଜାତୀୟ

୨୪ ଘଣ୍ଟାରେ ୫୦ ନୂଆ ରୋଗୀ ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୨୩

ନୂଆଦିଲ୍ଲୀ,୨୦।୩: ଭାରତରେ ବଢି ଚାଲିଛି କୋଭିଡ-୧୯ ରୋଗୀଙ୍କ ସଂଖ୍ୟା। ସମସ୍ତ ସତର୍କତା ପରେ ବି ଗତ ୨୪ ଘଣ୍ଟାରେ ୫୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨୩ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ୩୬ଜଣ ବିଦେଶୀ ରହିଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରେ ଦେଶରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣେ, କର୍ନାଟକ, ପଞ୍ଜାବ ଓ ମହାରଷ୍ଟ୍ରର ଜଣେ ଲେଖାଏଁ ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୩ ଜଣ ସୁସ୍ଥ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରରେ ସର୍ବାଧିକ ୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩ ବିଦେଶୀ ନାଗରିକ ରହିଛନ୍ତି। ସେହିପରି କେରଳରେ ୨୮, ରାଜଧାନୀ ଦିଲ୍ଲୀରେ ୧୭, ଉତ୍ତରପ୍ରଦେଶରେ ଜଣେ ବିଦେଶୀଙ୍କ ସମେତ ୨୩, ପଶ୍ଚିମବଙ୍ଗ ୨, ଓଡ଼ିଶାରେ ୨, ଉତ୍ତରାଖଣ୍ଡ ୩, ଛତିଶଗଡ, ପୁଡୁଚେରି ଓ ଚଣ୍ଡିଗଡ଼ରେ ଜଣେ ଲେଖାଏଁ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଛି।

Share