୨୪ ଘଣ୍ଟାରେ ବାଗ୍‌ଦାଦରେ ଆମେରିକାର ଦ୍ୱିତୀୟ ବିମାନ ଆକ୍ରମଣ: ୬ ମୃତ

ବାଗଦାଦ,୪।୧: ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ବାଗଦାଦ ଉପରେ ବିମାନ ଆକ୍ରମଣ କରିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ରଏଟରର ସୂଚନା ମୁତାବକ ମିଲିସିଆରେ ଥିବା ଶିବିର ଉପରେ ଏହି ବିମାନ ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ଆମେରିକା ପକ୍ଷରୁ ଶୁକ୍ରବାର ମଧ୍ୟ ବାଗଦାଦ ବିମାନ ବନ୍ଦର ଉପରେ ବିମାନ ଆକ୍ରମଣ କରାଯାଇ ଥିଲା। ଏଥିରେ କମାଣ୍ଡର ଜେନେରାଲ କାସିମ ସୋଲେମାନିର ମୃତ୍ୟୁ ହୋଇଥିଲା।

Share