୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୧୯୫ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୬୨ ହଜାର ୩୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି ହୋଇଛି। ଗତ ୨୪ ଘଣ୍ଟାରେ ୧୧ ହଜାର ୯୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪ ହଜାର ୫୬୮ ଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୮୩୦ ଛୁଇଁଛି। ମହାରାଷ୍ଟ୍ର ପଛକୁ ସଂକ୍ରମିତ ତାଲିକାରେ ତାମିଲନାଡୁ ରହିଛି। ଏଠାରେ ୪୨ ହଜାର ୬୮୭ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ଏଠାରେ ମୃତକଙ୍କ ସଂଖ୍ୟା ୩୯୭ ରହିଛି। ଏହି ତାଲିକାର ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୮ ହଜାର ୯୫୮ ଥିବାବେଳେ ମୃତକଙ୍କ ସଂଖ୍ୟା ୧୨୭୧ ରହିଛି।

Share