୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୩୯୨

ନୂଆଦିଲ୍ଲୀ,୧।୬: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୮,୩୯୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୦,୫୩୫ରେ ପହଞ୍ଚିଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୩,୩୨୨ ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ ୯୧,୮୧୯ ଜଣ ସୁସ୍ଥ ହୋଇ ସାରିଲେଣି। ଅନ୍ୟପଟେ ମୋଟ ୫,୩୯୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ମଧ୍ୟ ହେଲାଣି। ଏବେବି ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୭,୬୫୫। ଏହାପରେ ତାମିଲନାଡୁରେ ୨୨,୩୩୩ ଓ ରାଜଧାନୀ ଦିଲ୍ଲୀରେ ୧୯,୮୪୪ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।

Share