୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି ଭୂତାଣୁ। ଦେଶରେ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦୨୪ ଅତିକ୍ରମ କରିଛି। ସେଥିରେ ୪୮ ଜଣ ବିଦେଶୀ ଅଛନ୍ତି। ଏପର୍ଯ୍ୟନ୍ତ ୮୬ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୮୬ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା କେରଳରେ ରୋଗୀ ସଂଖ୍ୟା ୧୮୨ରେ ପହଞ୍ଚତ୍ଛି। ଗୁଜରାଟରେ ୪ ଜଣଙ୍କର ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବାବେଳେ କର୍ନାଟକରେ ୩, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଦୁଇଜଣ ଲେଖାଏ ପ୍ରାଣ ହରାଇଛନ୍ତି। କେରଳ, ତେଲଙ୍ଗାନା, ତାମିଲନାଡୁ, ବିହାର, ପଞ୍ଜାବ, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର ଓ ହିମାଚଳପ୍ରଦେଶରେ ଜଣେ ଲେଖାଏ ଜୀବନ ହରାଇଛନ୍ତି। ତେଲଙ୍ଗାନାରେ କରୋନା ରୋଗୀସଂଖ୍ୟା ୬୬ ହୋଇଥିବାବେଳ କର୍ନାଟକରେ ଏହି ସଂଖ୍ୟା ୭୬ରେ ପହଞ୍ଚତ୍ଛି। ରାଜସ୍ଥାନରେ ୫୪, ଉତ୍ତରପ୍ରଦେଶରେ ୫୫ ଓ ଗୁଜରାଟରେ ୫୩ ଜଣ ସଂକ୍ରମିତ ହୋଇଛନ୍ତି। ଅନ୍ୟ ରାଜ୍ୟ ମଧ୍ୟରେ ତାମିଲନାଡୁରେ ୪୨, ଦିଲ୍ଲୀରେ ୩୯, ପଞ୍ଜାବରେ ୩୮, ହରିୟାଣାରେ ୩୩, ମଧ୍ୟପ୍ରଦେଶରେ ୩୦, ଜମ୍ମୁ-କଶ୍ମୀରରେ ୩୧, ପଶ୍ଚିମବଙ୍ଗରେ ୧୭,ଆନ୍ଧ୍ରପ୍ରଦେଶରେ ୧୪, ଲଦାଖରେ ୧୩ ଜଣ କରୋନା ସଂକ୍ରମିତ। ବିହାରରେ ୯, ଚଣ୍ଡିଗଡ଼ରେ ୮, ଛତିଶଗଡ଼ ଓ ଉତ୍ତରାଖଣ୍ଡରେ ୬ ଜଣ ଲେଖାଏ, ହିମାଚଳପ୍ରଦେଶ ଓ ଓଡ଼ିଶାରେ ୩ ଜଣ ଲେଖାଏ, ଆଣ୍ଡାମାନ ନିକୋବରରେ ୯ ଜଣ ଓ ଗୋଆରେ ୩ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି।

Share