୨୩ ବର୍ଷ ସାନ ମଡେଲଙ୍କୁ ବିବାହ କରିବାକୁ ରାଜଗାଦି ଛାଡିଥିଲେ ସୁଲତାନ ମହମ୍ମଦ

ମସ୍କୋ,୨୧।୭: ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ-ଓ୍ବି ୫୧ ବର୍ଷ ବୟସରେ ବିବାହ ବରିବାକୁ ମନ ବଳାଇଥିଲେ। ତାହା ପୁଣି ତାଙ୍କଠାରୁ ୨୩ ବର୍ଷ ସାନ ଜଣେ ମଡେଲଙ୍କୁ। ରୁଷର ବିୟୁଟି କୁଇନ୍‌ ଓକ୍ସାନାଙ୍କୁ ବିବାହ କରିବାକୁ ଗତବର୍ଷ ସୁଲତାନ ମହମ୍ମଦ-ଓ୍ବି ରାଜଗାଦି ଛାଡି ଦେଇଥିଲେ। ମସ୍କୋରେ ୨୦୧୮ରେ ସୁଲତାନ ମହମ୍ମଦ-ଓ୍ବି ୨୭ ବର୍ଷୀୟା ମଡେଲ ଓକ୍ସାନାଙ୍କୁ ବିବାହ କରିଥିଲେ। ଏହାପରେ ଓକ୍ସାନା ନିଜ ଧର୍ମ ପରିବର୍ତ୍ତନ କରି ନିଜର ନାଁ ରିହାନା ଓକ୍ସାନା ପେଟ୍ରା ରଖିଥିଲେ। ଏହାର କିଛିମାସ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ହେଲେ ବିବାହକୁ ଠିକ ବର୍ଷେ ପୂରିବା ପରେ ଏବେ ଉଭୟଙ୍କ ଛାଡପତ୍ର ଖବର ଶୁଣିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୂର୍ବରୁ ଏମାନେ ସ୍ଥିର କରି ଏନେଇ ସିଙ୍ଗାପୁରରେ ରେଜିଷ୍ଟ୍ରେଶନ କରିଥିଲେ। ୨୨ଜୁନରୁ ୧ ଜୁଲାଇ ମଧ୍ୟରେ ଏହା ସମାଧାନ ହୋଇଯିବା ପରେ ଏବେ ଏମାନେ ଅଲଗା ରହୁଥିବା ଜଣାପଡିଛି। ସୂଚନା ଅନୁଯାୟୀ, ୨୦୧୫ରେ ଓକ୍ସାନା ମିସ୍‌ ରୁଷ ହେବା ପରେ ସୁଲତାନ ମହମ୍ମଦ-ଓ୍ବିଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହା ପରବର୍ତ୍ତି ସମୟରେ ବିବାହର ରୂପ ନେଇ ମାତ୍ର ବର୍ଷକ ମଧ୍ୟରେ ବିଚ୍ଛେଦରେ ପରିଣତ ହୋଇଛି।

Share