Categories: ଖେଳ

୨୩ ବର୍ଷରୁ କମ୍‌ କ୍ରିକେଟ୍‌: ଭାରତ-ବାଂଲାଦେଶ ସିରିଜ ଭେନ୍ୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ଘରୋଇ ଭାରତ ଓ ବାଂଲାଦେଶ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ଭେନ୍ୟୁରେ ପରିବର୍ତ୍ତନ ହୋଇଛି। ଖରାପ ପାଣିପାଗ ଲାଗି ଭାରତୀୟ କ୍ରିlକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ରାୟପୁରରୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରିଛି। ଲକ୍ଷ୍ନୌର ଇକାନା ଅନ୍ତର୍ଜାତୀୟ ଷ୍ଟାଡିୟମରେ ସେପ୍ଟେମ୍ବର ୧୯ରେ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ‘ଏହି ସିରିଜ ପ୍ରକୃତରେ ରାୟପୁରରେ ଖେଳାଯିବାକୁ ଥିଲା। କିନ୍ତୁ ଖରାପ ପାଣିପାଗ ଲାଗି ଭେନ୍ୟୁରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛୁ’ ବୋଲି ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଭାରତୀୟ ୨୩ ବର୍ଷରୁ କମ୍‌ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ୟଶଭି ଜୈଶଓ୍ବାଲ, ମାଧବ କୌଶିକ, ବି.ଆର୍‌. ଶରଥ (ଉଇକେଟ୍‌କିପର), ସମର୍ଥ ଭ୍ୟାସ, ଆର୍ଯ୍ୟନ ଜୁୟଲ (ଉଇକେଟ୍‌କିପର), ରିତଓ୍ବିକ ରୟ ଚୌଧୁରୀ, କୁମାରା ସୂରଜ, ଅତିତ ସେଠ୍‌, ଶୁଭଙ୍ଗ୍‌ ହେଗ୍‌ଡେ, ହ୍ରିତିକ ଶୋକିନ, ଧ୍ରୁଶାନ୍ତ ସୋନି, ଅର୍ଶଦୀପ ସିଂ, କାର୍ତ୍ତିକ ତ୍ୟାଗୀ ଓ ହର୍‌ପ୍ରୀତ୍‌ ବରାର୍‌।

Share