୨୩ ଦିନରେ ରାଜଧାନୀରେ ତୃତୀୟ ହତ୍ୟାକାଣ୍ଡ: ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା

କଟକରୋଡ୍‌ (ଡି.ଏନ୍‌.ଏ.)/ ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ ରହୁଥିବା ଟି.ଭେଙ୍କଟ ରାଓ(୬୫)। ଖବର ପାଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ ଓ ଜୋନ୍‌ ଏସିପି ଅମରେନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଲଜ୍‌ର ଏକ ଖଟ ଉପରେ ରକ୍ତ ଜୁଡୁବୁବୁ ଏବଂ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଭେଙ୍କଟଙ୍କ ମୃତଦେହକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଉକ୍ତ ରୁମ୍‌ରୁ ପୋଲିସ ଏକ ଛୁରି ଜବତ କରିଛି। ଫୋରେନ୍‌ସିକ୍‌ ଟିମ୍‌ ସେଠାରୁ ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିନେଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଭେଙ୍କଟଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଆସିବା ପରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ଉକ୍ତ ଲଜ୍‌ର କେୟାର ଟେକର ସହ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଭେଙ୍କଟ ରେଲଓ୍ବେ ବାଣିଜି୍ୟକ ବିଭାଗରେ କିରାଣି ଚାକିରିରୁ ଅବସର ନେବା ପରେ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ଏକ ଅଟୋମେଟିକ ଟିକେଟ ଭେଣ୍ଡିଂ ମେଶିନ ଚଳାଉଥିଲେ। ଷ୍ଟେଶନରେ ଥିବା କେତେଜଣ ଲୋକଙ୍କ କହିବା ଅନୁଯାୟୀ, ଭେଙ୍କଟ ସୋମବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ଷ୍ଟେଶନରେ ପହଞ୍ଚିବା ପରେ ଟିକେଟ ମେଶିନ୍‌ରେ ନିୟୋଜିତ ଥିଲେ। ପ୍ରାୟ ସାଢେ ଗୋଟାଏ ସମୟରେ ଭେଙ୍କଟଙ୍କ ନିକଟରେ ଜଣେ ଯୁବକ ଆସି ପହଞ୍ଚିଥିଲେ। ଉଭୟ ୬ ନମ୍ବର ପ୍ଲାଟଫର୍ମ ସମ୍ମୁଖ ସୁକାନ୍ତି ଡର୍ମିଟୋରି ଲଜ୍‌କୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଥିବା କେୟାରଟେକର ବାମନ ମହାଳିକଙ୍କୁ ଉଭୟ ବାପ, ପୁଅ ବୋଲି ପରିଚୟ ଦେଇଥିଲେ। ଏହାପରେ କେୟାରଟେକର ତାଙ୍କୁ ଲଜ୍‌ର ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ ଯୋଗାଇ ଦେଇଥିଲେ। ଲଜ୍‌ରେ ରହିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଚୟପତ୍ର ରଖିବା ନିୟମ ରହିଥିଲେ ମଧ୍ୟ କେୟାରଟେକର ତାଙ୍କଠାରୁ ତାହା ରଖି ନ ଥିଲେ। ପ୍ରାୟ ଅଧ ଘଣ୍ଟା ପରେ ଭେଙ୍କଟ ସହ ଯାଇଥିବା ଯୁବକ ନିକଟ ଦୋକାନରୁ ସାବୁନ ଆଣିବାକୁ ଯାଉଛି କହି ପଳାଇଯାଇଥିଲେ। ଯୁବକ ଜଣକ ନ ଫେରିବାରୁ କେୟାରଟେକର ମହାଳିକଙ୍କ ସନ୍ଦେହ ହୋଇଥିଲା। ସେ ଉକ୍ତ ରୁମ୍‌କୁ ଯାଇ ଦେଖିବା ପରେ ଖଟ ଉପରେ ଭେଙ୍କଟଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ଅପରାହ୍ନ ପ୍ରାୟ ୨ଟାରେ ହୋଇଥିବାବେଳେ ପୋଲିସକୁ ୨ ଘଣ୍ଟା ପରେ ଖବର ଦିଆଯାଇଥିଲା। ଏଭଳି ବିଳମ୍ବକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବାବେଳେ ଲଜ୍‌ର ସିସିଟିଭି କ୍ୟାମେରା ଅଚଳ ଥିବା କେୟାରଟେକର ମହାଳିକ କହିଛନ୍ତି। ସେହିପରି ଲଜ୍‌ ମାଲିକଙ୍କ ମୋବାଇଲ ଫୋନ୍‌ ନମ୍ବର ବନ୍ଦ ରହିବା ସହ ସେ ଫେରାର ଥିବା ଥାନା ଅଧିକାରୀ ନାୟକ କହିଛନ୍ତି।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଟଙ୍କା ଲୁଟ ପାଇଁ କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ଭେଙ୍କଟ ଟ୍ରେନ୍‌ଯାତ୍ରୀଙ୍କୁ ଟିକେଟ ଯୋଗାଉଥିବା ଭେଣ୍ଡିଂ ମେଶିନ୍‌ ଚଳାଉଥିବାରୁ ତାଙ୍କ ନିକଟରେ ଟଙ୍କା ଥିଲା। ତେଣୁ ଯୁବକ ଜଣକ ଯୋଜନା କରି ତାଙ୍କୁ ଲଜ୍‌କୁ ଡାକି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଷ୍ଟେଶନ ସିସିଟିଭି କ୍ୟାମେରାର ଫୁଟେଜ ଓ ଉକ୍ତ ଲଜ୍‌ ନିକଟ ଅନ୍ୟ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ହତ୍ୟାକାରୀଙ୍କୁ ପୋଲିସ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ଏନେଇ ଥାନା ଅଧିକାରୀ ନାୟକ କହିଛନ୍ତି, ବୃଦ୍ଧଙ୍କ ବେକରେ ପ୍ରଥମେ ଛୁରାମାଡ଼ ପରେ ତଣ୍ଟି କଟାଯାଇ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାକୁ ଉଦ୍ୟମ କରାଯାଉଛି।
ଏହି ଘଟଣାକୁ ମିଶାଇ ଗତ ୨୩ ଦିନ ଭିତରେ ଭୁବନେଶ୍ୱରରେ ୩ଟି ହତ୍ୟାକାଣ୍ଡ ଘଟିଲାଣି। ପ୍ରଥମେ ଗତ ଦୀପାବଳି ଅର୍ଥାତ୍‌ ଅକ୍ଟୋବର ୨୭ରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବାବେଳେ ଗତ ୭ ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରରେ ଆଉ ଜଣଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri