Categories: ଫୁରସତ

୨୩୦୦ ଫୁଟ ଉଚ୍ଚରୁ ମାଲିକଙ୍କ ସହ ଡେଇଁଲା କୁକୁର, ଫଟୋ ଭାଇରାଲ

ସୁଇଜରଲାଣ୍ଡ୍‌: ଲାଟରବ୍ରୁନେନ୍‌ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚରୁ ତଳକୁ ମାଲିକଙ୍କ ସହିତ ଏକ କୁକୁର ଜମ୍ପ୍‌ କରିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର କଲି କାଜୁଜା ୩୮ ବର୍ଷୀୟ ମାଲିକ ବ୍ରୁନୋ ଭ୍ୟାଲେଣ୍ଟଙ୍କ ସହିତ ୪୧ ଥର ଜମ୍ପ୍‌ କରିଥିଲା। ଦୁଇଜଣ ପାରାଚୁ୍‌ଟ୍‌ ସହାୟତାରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିଛନ୍ତି। ଏହାର ଭିଡିଓ ଶୁଟ୍‌ କରୁଥିବା ଭ୍ୟାଲେଣ୍ଟଙ୍କ ବନ୍ଧୁ ଏବଂ ନରଓ୍ବେର ଆଥ୍‌ଲେଟିକ୍‌ ଜୋକ୍‌ ସୋମର ଏଡି କୁକୁରକୁ ସବୁଠାରୁ ଭାଗ୍ୟଶାଳୀ ପୋଷା କୁକୁର କହିଛନ୍ତି। ସେମାନେ କୁହନ୍ତି, ପ୍ରତିଥର ଏହି କୁକୁର ଜମ୍ପିଂରେ ଭାଗ ନେଇଥାଏ। ତେଣୁ ସେ ଏତେ ଉଚ୍ଚରୁ ଡେଉଁଥିଲେ ମଧ୍ୟ ଭୟଭୀତ ହୁଏ ନାହିଁ।


ଭ୍ୟାଲେଣ୍ଟ କୁହନ୍ତି, ସେ ଜମ୍ପିଂ ପ୍ରତିଯୋଗିତାରେ ଭାଗ ନେବାକୁ ଯିବାବେଳେ କଲିର ଦେଖାଶୁଣା କରିବାକୁ କେହି ନ ଥିଲେ। ତେଣୁ ସେ ଯେଉଁଠିକୁ ଯାଉଥିଲେ ତାକୁ ସାଙ୍ଗରେ ନେଇଯାଉଥିଲେ। ପ୍ରଥମେ କଲି ଉଚ୍ଚରୁ ଡେଇଁବାକୁ ଭୟ କରୁଥିଲା। କିନ୍ତୁ ଧୀରେ ଧୀରେ ତାଙ୍କ ସହ ଜମ୍ପିଂ ପ୍ରତିଯୋଗିତାରେ ଭାଗ ନେଇ ତା’ର ଏହି ଭୟ ଦୂରେଇ ଗଲା।

Share