୨୩ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

ରାଜନଗର,୧୬।୮(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସମାଗମ ହୋଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୭ ଦିନ ଧରି ଏହି ଗଣନା ଚାଲିବ। ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ଅତିରିକ୍ତ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପକ୍ଷୀଗୁଡ଼ିକର ଗଣନା କରାଯିବ। ଗତବର୍ଷ ପାଗ ଅନୁକୂଳ ଥିବାରୁ ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିଲା।