୨୨ ଶତକ ମାରିବା ପରେ ଭାରତ ଛାଡ଼ିଥିଲେ ଏହି କ୍ରିକେଟର୍‌: ଏବେ ଅନ୍ୟ ଦେଶ ପାଇଁ ଖେଳି ରଚିଲେ ଇତିହାସ

ନୂଆଦିଲ୍ଲୀ,୨୪।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ ଚମକିଲେ ୟୁଏଇର ବ୍ୟାଟର ହରପ୍ରୀତ ସିଂହ ଭାଟିଆ। ଇଣ୍ଡିଆ-ଏ ଦଳର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ଏହି ବାମହାତୀ ବ୍ୟାଟର। ୧୨୦ଟି ବଲ୍‌ରେ ଶତକ ପୂରଣ କରିଥିବା ହରପ୍ରୀତ ହର୍ଷିତ ରାଣାଙ୍କ ବଲ୍‌ରେ ଛକା ମାରି ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ତେବେ ହରପ୍ରୀତଙ୍କ ଏହି ଶତକ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। କାରଣ ଯେଉଁ ଦେଶରେ ତାଙ୍କର ଜନ୍ମ, ସେହି ଭାରତ ବିପକ୍ଷରେ ସେ ଏହି ଶତକ ହାସଲ କରିଛନ୍ତି। ଛତିଶଗଡ଼ର ବାସିନ୍ଦା ହରପ୍ରୀତ ଦୀର୍ଘ ସମୟ ଧରି ଭାରତୀୟ ଘରୋଇ କ୍ରିକେଟ୍‌ରେ ଖେଳିବା ପରେ ଏବେ ୟୁଏଇ ପକ୍ଷରୁ କ୍ରିକେଟ ଖେଳୁଛନ୍ତି। ୟୁଏଇ ପାଇଁ ଏହା ତାଙ୍କର ପ୍ରଥମ ଶତକ।

ହରପ୍ରୀତ ସିଂହ ଭାଟିଆ ୨୦୧୦ ମସିହାରେ ଭାରତୀୟ ଅଣ୍ଡର-୧୯ ବିଶ୍ୱକପ ଦଳର ସଦସ୍ୟ ଥିଲେ। ସେହି ଦଳରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ ହର୍ଷଲ ପଟେଲଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଥିଲେ। ଉକ୍ତ ଟୁର୍ନାମେଣ୍ଟରେ ହରପ୍ରୀତ ୩ଟି ଇନିଂସରେ ୨୩.୩୩ ହାରରେ ମୋଟ ୭୦ ରନ ସଂଗ୍ରହ କରିଥିଲେ।

ଘରୋଇ କ୍ରିକେଟରେ ମଧ୍ୟ ତାଙ୍କର ରେକର୍ଡ ବେଶ ଉଲ୍ଲେଖନୀୟ। ମଧ୍ୟପ୍ରଦେଶ ଓ ଛତିଶଗଡ଼ ପକ୍ଷରୁ ସେ ମୋଟ ୮୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୫.୪୦ ହାରରେ ୫୪୦୩ ରନ କରିଛନ୍ତି। ଏଥିରେ ୧୬ଟି ଶତକ ସାମିଲ ରହିଛି। ଏହାବ୍ୟତୀତ ଭାରତରେ ଲିଷ୍ଟ-ଏ କ୍ରିକେଟ୍‌ରେ ମଧ୍ୟ ସେ ୬ଟି ଶତକ ହାସଲ କରିଛନ୍ତି।

ହରପ୍ରୀତ ଆଇପିଏଲ୍‌ରେ ମଧ୍ୟ ନିଜର ପ୍ରତିଭା ଦେଖାଇଛନ୍ତି। ସେ ପଞ୍ଜାବ କିଙ୍ଗ୍ସ, ପୁଣେ ୱାରିୟର୍ସ ଇଣ୍ଡିଆ ଏବଂ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଛନ୍ତି। ଆଇପିଏଲ୍ରେ ମୋଟ ୯ଟି ମ୍ୟାଚ ଖେଳି ୧୭.୫୭ ହାରରେ ୧୨୩ ରନ ସଂଗ୍ରହ କରିଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ହରପ୍ରୀତ ଏବେ ୟୁଏଇ ପାଇଁ ଶତକ ହାସଲ କରି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ପରମ୍ପରାର ମହକରେ ମହକିଲା ରିଷିଡ଼ା, ଧୁମ୍‌ଧାମ୍‌ରେ ପାଳିତ ହେଲା ବୋଇତ ବନ୍ଦାଣ

ରିଷିଡ଼ା, ୨୪/୧୧ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ାଠାରେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ…

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ, ମହାନଦୀରେ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ: ମହାକାଳପଡ଼ାରେ ଉତ୍ସବମୁଖର କାର୍ତ୍ତିକ ପୂର୍ଣ୍ଣିମା

ମହାକାଳପଡ଼ା, ୨୪।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ବାହାକୁଦସ୍ଥିତ ମହାନଦୀ କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ…

ରାଷ୍ଟ୍ରପତିଙ୍କ ବୋଇତ ଯାତ୍ରା, ମହାନଦୀରେ ଭବ୍ୟ ଦୃଶ୍ୟ

କଟକ, ୨୪।୧୧: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାମୁଦ୍ରିକ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କଠାରୁ ଝାମ୍ପିନେଲେ ୧ ଲକ୍ଷ ୪୧ ହଜାର ଟଙ୍କା

ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସୋମବାର ଜଣେ ମହିଳା ଟଙ୍କା ଧରି ସ୍କୁଟିରେ ଯାଉଥିବା ବେଳେ କେତେଜଣ ଦୁର୍ବର୍ତ୍ତ ତାଙ୍କ ସ୍କୁଟିକୁ ଧକ୍କା ଦେଇ…

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ…

ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ…

ଛକା ପରେ ଛକା ବର୍ଷା କଲେ ବୈଭବ, ମାତ୍ର ୧୬ ରନ୍‌ରେ କଲେ ଏତେ ରନ୍‌…ସବୁ ଖେଳାଳି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?