Posted inଜାତୀୟ

୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ଭୋପାଳ,୧୩।୩(ପି.ଟି.): ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାବେଳେ ବାଚସ୍ପତି ଏନ୍‌.ପି. ପ୍ରଜାପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ନା ଚାପର ବଶବର୍ତ୍ତୀ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ କରିବା ଲାଗି ବାଚସ୍ପତି ଶୁକ୍ରବାର ସେମାନଙ୍କୁ ଡାକିଛନ୍ତି। ଅନ୍ୟପକ୍ଷରେ ୧୬ରେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ଲାଗି ଭାଜପା ଦାବି କରିବ ବୋଲି କହିଛି। ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କିତ ନିଷ୍ପତ୍ତି ପରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ସରକାର ପ୍ରସ୍ତୁତ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ସହ ତାଙ୍କ ଅନୁଗତ ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ୧୫ ମାସର କମଲନାଥ ସରକାର ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଭାଜପା ରାଜ୍ୟପାଳ ଓ ବିଧାନସଭା ବାଚସ୍ପତିଙ୍କୁ ଭେଟି ୧୬ରେ ଆସ୍ଥାଭୋଟ ପାଇଁ ଅନୁରୋଧ କରିବ ବୋଲି ଦଳର ମୁଖ୍ୟ ହ୍ବିପ୍‌ କହିଛନ୍ତି। ୧୬ରୁ ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ସେହିଦିନ ଗୃହରେ ଆସ୍ଥାଭୋଟ ଲାଗି ବାଚସ୍ପତିଙ୍କ ଉପରେ ଚାପ ପକାଯିବ ବୋଲି ଭାଜପା ମୁଖପାତ୍ର ରଜନୀଶ ଅଗ୍ରଓ୍ବାଲ କହିଛନ୍ତି। ଏ ସମ୍ପର୍କରେ ପଚରାଯିବାରୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଥିଲେ, ମୁଖ୍ୟମନ୍ତ୍ରୀ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ଏହା ପୂର୍ବରୁ ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟରେ ସୃଷ୍ଟ ସାମ୍ବିଧାନିକ ସଙ୍କଟ ଲାଗି ସେ ଭାଜପାକୁ ଦାୟୀ କରିଛନ୍ତି। ବିଧାୟକମାନେ ଜଣ ଜଣ କରି ବାଚସ୍ପତିଙ୍କୁ ଭେଟିବେ ଓ ଚାପରେ ଇସ୍ତଫା ଦେଇନାହନ୍ତି ବୋଲି ସ୍ପଷ୍ଟ କରିବେ। ସେମାନଙ୍କ ସ୍ବାକ୍ଷର ଯାଞ୍ଚ କରାଯିବ। ଏହା ପରେ ଇସ୍ତଫା ଗୃହୀତ ହେବ ବୋଲି ଦିଗ୍‌ବିଜୟ କହିଛନ୍ତି।
୧୯ କଂଗ୍ରେସ ବିଧାୟକ ଏବେ ଭାଜପା ଅକ୍ତିଆରରେ ଅଛନ୍ତି। ସେମାନଙ୍କ ସହ ପରିବାର ସଦସ୍ୟମାନେ କଥା ହୋଇପାରୁନାହାନ୍ତି। ସେମାନଙ୍କଠାରୁ ଫୋନ ନେଇଯାଇଛନ୍ତି। ବିଧାୟକମାନଙ୍କ ଇସ୍ତଫାପତ୍ର ଭାଜପା ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ପାଖରେ ଦାଖଲ କରିଥିଲେ ବୋଲି କଂଗ୍ରେସ ନେତା କହିଛନ୍ତି।
୨୨୮ ସଦସ୍ୟ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ବିଦ୍ରୋହ ପୂର୍ବରୁ କଂଗ୍ରେସ ବିଧାୟକ ସଂଖ୍ୟା ୧୧୪ ଥିଲା ଏବଂ ସରକାରଙ୍କୁ ୪ ସ୍ବାଧୀନ ବିଧାୟକ, ବିଏସ୍‌ପିର ୨ ଓ ଏସ୍‌ପିରୁ ଜଣେ ବିଧାୟକ ସମର୍ଥନ ଦେଉଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ଭାଜପା ଆଡ଼କୁ ଢଳିପାରନ୍ତି। ଯଦି ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତେବେ ଗୃହର ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇବ ଓ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ୧୦୪ ହେବ। ବର୍ତ୍ତମାନ କଂଗ୍ରେସ ହାତରେ ୯୨ ବିଧାୟକ ରହିଥିବାବେଳେ ଭାଜପାର ୧୦୭ ବିଧାୟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri