Categories: ଜାତୀୟ

୨୨୯.୭ କୋଟିରେ ପାର୍ଲାମେଣ୍ଟ ଭବନର ପୁନଃ ବିକାଶ ହେବ

ନୂଆଦିଲ୍ଲୀ,,୨୬ା୧୦: ୨୨୯.୭ କୋଟି ଟଙ୍କା ବ୍ୟୟରେ ପାର୍ଲାମେଣ୍ଟ ଭବନର ନବୀକରଣ ଓ ପୁନଃବିକାଶ କରାଯିବ। ଏଥିଲାଗି ଗୁଜରାଟ ଅହମଦାବାଦର ଏଚ୍‌ସିପି ଡିଜାଇନ୍‌ ପ୍ଲାନିଂ କମ୍ପାନୀକୁ ଶୁକ୍ରବାର ଠିକା ଦିଆଯାଇଛି। ଏହି କମ୍ପାନୀ ସେଣ୍ଟ୍ରାଲ ଭିଷ୍ଟାର ପୁନର୍ବିକାଶ ସହ ନୂଆ ସାଧାରଣ କେନ୍ଦ୍ରୀୟ ସଚିିବାଳୟର ମଧ୍ୟ ବିକାଶ କରିବ। ସେପ୍ଟେମ୍ବରରେ ସରକାରୀ ଅଧିକାରୀମାନେ ଉପରୋକ୍ତ ପ୍ରକଳ୍ପ ପାଇଁ ଆଗ୍ରହୀ ଥିବା ୧୫ ନିର୍ମାଣ ସଂସ୍ଥାଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ୬ଟି କମ୍ପାନୀ ବିଡ୍‌ ଦାଖଲ କରିଥିଲେ। ପାର୍ଲାମେଣ୍ଟ ଭବନ, ସେଣ୍ଟ୍ରାଲ ଭିଷ୍ଟା ଏବଂ ରାଜପଥ ଅଞ୍ଚଳର ବିକାଶ କାର୍ଯ୍ୟର ଡିଜାଇନ ଏଚ୍‌ସିପି ପ୍ରସ୍ତୁତ କରିବ ବୋଲି ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‌ ପୁରୀ କହିଛନ୍ତି।

Share