Categories: ଜାତୀୟ

୨,୨୨୦ ନାବାଳକ ଗାଡ଼ି ଚାଳକଙ୍କୁ ଧରିଲା ପୋଲିସ

ହାଇଦ୍ରାବାଦ,୧୯।୬: ଦେଶରେ ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଅଧିକ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ହାଇଦ୍ରାବାଦ ସହରରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବିନା ଲାଇସେନ୍ସଧାରୀ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିମଧ୍ୟରେ ସର୍ବାଧିକ ନାବାଳକ ଥିବା ଜଣାପଡ଼ିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଚଳିତ ବର୍ଷ ୨ହଜାର ୨ଶହ ୨୦ ନାବାଳକଙ୍କୁ ବିନା ଲାଇସେନ୍ସରେ ଗାଡି ଚଲାଉଥିବା ବେଳେ ଧରିଛି। ଧରାପଡ଼ିଥିବା ନାବାଳକଙ୍କ ମଧ୍ୟରେ ପ୍ରାୟ ୧ ହଜାର ୭ଶହ ୩୨ଟି ମାମଲାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସେମାନଙ୍କ ଉପରେ କୋର୍ଟ ୧,୬୧,୭୦୦ଟଙ୍କାର ଜରିମାନା ଲଗାଇଛନ୍ତି। ଚଳିତ ବର୍ଷ କୋର୍ଟ କୌଣସି ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବା ବେଳେ ଗତ ବର୍ଷ କିଛି ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା। ତେବେ ଏହି ଅଭିଯାନରେ ଯେତେ ପର୍ଯ୍ୟନ୍ତ ନାବାଳକଙ୍କୁ ଲାଇସେନ୍ସ ନ ମିଳିଛି ସେତେ ପର୍ଯ୍ୟନ୍ତ ଗାଡ଼ି ଚଳାଇବା ପାଇଁ ସେମାନଙ୍କ ଉପରେ କଟକଣା ଜାରି ରହିବ ବୋଲି ବୋଲି ହାଇଦ୍ରାବାଦ ସିଟିର କମିଶନର କହିଛନ୍ତି।

Share