୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ପୃଥିବୀର ୪୨୦ କୋଟି ଲୋକଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ମିଳୁ ନ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୧୮୦ କୋଟି ଲୋକଙ୍କୁ ଗତ ୨୦୦୦ଠାରୁ ପିଇବା ପାଣି ଯୋଗାଇ ଦିଆଯାଇଛି। ୨୦୦୦-୨୦୧୭ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିମଳ ତଥା ପିଇବା ପାଣି କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରତିବର୍ଷ ପୃଥିବୀରେ ୨ ଶହ ୯୭ ହଜାର ଶିଶୁ ୫ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ବରଣ କରୁଥିବା ଏଥିରେ ପ୍ରକାଶ ପାଇଛି। ଏହି ଶିଶୁମାନଙ୍କର ମୁଖ୍ୟତଃ କଲେରା, ଡିସେଣ୍ଟ୍ରି, ହେପାଟାଇଟିସ୍‌-ଏ ଏବଂ ଟାଇଫଏଡ୍‌ ଭଳି ସଂକ୍ରାମକ ରୋଗରେ ମୃତ୍ୟୁ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି।

Share