୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା ପୃଥିବୀର ସଂରଚନା କରିଛନ୍ତି ଠିକ୍‌ ସେହିଭଳି କାମ ମଣିଷ କରିବାକୁ ସକ୍ଷମ ହେବ। ମଣିଷ ପାଖରେ ମଧ୍ୟ ଭଗବାନ ହେବାର କ୍ଷମତା ଦେଖାଦେବ। ଏନେଇ ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତା କେତେ ଶହ ବର୍ଷ ପରେ ମଣିଷ ନିଜ ଭିତରେ ଦୈବୀଶକ୍ତି ହାସଲ କରିବାର କ୍ଷମତା ପାଇପାରିବ। ଟଙ୍କା ଦେଇ ମଣିଷ ନିଜ ମନମୁତାବକ ଶରୀର ଗଢି ପାରିବ। ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମଣିଷ ଭଗବାନଙ୍କ ସୃଷ୍ଟି ଏବଂ ଭଗବାନ ମଣିଷକୁ ତାଙ୍କ ହିସାବରେ ଗଢିଛନ୍ତି। ତେବେ ଏହା ଆଗାମୀ ଦିନରେ ମିଥ୍ୟାରେ ପରିଣତ ହେବ। ଆଧୁନିକ ଜ୍ଞାନକୌଶଳ ଦ୍ୱାରା ମଣିଷ ମୃତ୍ୟୁ ଉପରେ ମଧ୍ୟ ବିଜୟ ଲାଭ କରିବାକୁ ସକ୍ଷମ ହେବ। ମଣିଷ ଯେପର୍ଯ୍ୟନ୍ତ ଚାହିଁବ ବଞ୍ଚିବ। ଯେବେ ଚାହିଁବ ସେତେବେଳେ ଇଛା ମୃତ୍ୟୁ ଗ୍ରହଣ କରିବ। ଆଧୁନିକ ବାୟୋଟେକ୍ନୋଲୋଜି ଏବଂ ଜେନେଟିକ ଇଞ୍ଜିନିୟରିଂର ବିକାଶ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଗବେଷଣା ରିପୋର୍ଟରେ ସୂଚନା ଦିଆଯାଇଛି।

Share